ସତ୍ୟବାଦୀରେ ଚାଷୀଙ୍କୁ ପୁଣି ଡରାଇଲା ଲଘୁଚାପ ଜନିତ ବର୍ଷା
ସାକ୍ଷୀଗୋପାଳ------ସତ୍ୟବାଦୀରେ ଦୁଇ ଦିନ ବର୍ଷା କମି ଯିବା ପରେ ଆଜି ସତ୍ୟବାଦୀରେ ଖରା ପାଗ ହୋଇଥିଲା । ଚାଷୀ ମାନେ ପାଗ ଶୁଖିଲା ଦେଖି ଆଶ୍ୱସ୍ତି ହୋଇଥିଲେ । ପୁବାହ୍ନରେ ଆକାଶରେ କଳାବାଦଳ କୁଆଡେ ଥିଲା ମାଡି ଆସି ବର୍ଷା ଲାଗି ରହିଛି । ଯାହାକୁ ନେଇ ପୁଣି ଚାଷୀ ମାନେ ଭୟଭୀତରେ ରହିଛନ୍ତି । ଯଦି ବର୍ଷା ପାଣି ପାଗ ବିଭାଗ ସୁଚନା ଅନୁସାରେ ଲାଗି ରହିବ ତା ହେଲେ ଧାନ ଫସଲ ସହିତ ପନି ପରିବା ଫସଲ ନଷ୍ଟ ହେବ ବୋଲି ଚାଷୀ ମାନେ କହିଛନ୍ତି । ସେହିପରି ବିଭିନ୍ନ ପଞ୍ଚାୟତରେ ପନି ପରିବା ଚାଷ ଏବେ ପାଣିରେ ବୁଡି ରହିଛି । ବର୍ଷା ସମ୍ପୁର୍ଣ୍ଣ ଛାଡି ଯାଇଥିଲା । ଧାନ ବିଲରେ ପାଣି କମୁଥିବା ବେଳେ ପନି ପରିବାର କିଆରିରେ ସେହିପରି ପାଣି କମିଥିଲା । ମାତ୍ର ପୁବାହ୍ନରେ ହଠାତ ବର୍ଷା ତୁହାକୁ ତୁହା ବର୍ଷା ହେଉଛି । ଏହି ବର୍ଷାକୁ ନେଇ ଚାଷୀ ମାନେ ଏବେ ଚିନ୍ତାରେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୯/୯/୨୦୨୧----୬,୩୦
SaKhigopal news, 19/9/2021