Breaking News

ଅରିନ୍ଦମ ଦାସଙ୍କ ବିୟୋଗରେ ସାକ୍ଷୀଗୋପାଳ ଖବରକାଗଜ ବିତରଙ୍କ ପକ୍ଷରୁ ଦୀପଦାନ


 ସାକ୍ଷୀଗୋପାଳ ---- ସାକ୍ଷୀଗୋପାଳ ଖବରକାଗଜ ବିତରକଙ୍କ ପକ୍ଷରୁ  ଯୁବ ସାମ୍ବଦିକ ଅରିନ୍ଦମ ଦାସଙ୍କ ଅକାଳ ବିୟୋଗରେ ସାକ୍ଷୀଗୋପିନାଥ ସମ୍ମୁଖରେ ଥିବା ପଣ୍ଡିତ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ପ୍ରତିମୁର୍ତ୍ତି ତଳେ ଏକ ଦୀପଦାନ ଓ  ଶୋକସଭା  ଅନୁଷ୍ଠିତ ହୋଇଯାଇଛି । ତାଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ପ୍ରଭୁ ସାକ୍ଷୀଗୋପାଳ ନିକଟରେ ପ୍ରାର୍ଥନା କରାଯାଇଥିଲା । ଯୁବ ଖବରକାଗଜ ବିତରକ ତ୍ରିନାଥ ବେହେରାଙ୍କ ନେତୃତ୍ୱରେ  ଗଙ୍ଗାଧର ଦାଶ, ଦୁଖିଶ୍ରାମ ସାହୁ, ନିରଞ୍ଜନ ପ୍ରଧାନ, ବିଜୟ ପ୍ରଧାନ, ଚନ୍ଦନ ସାହୁ, ହେମନ୍ତ ଭୋଇ, ରବିନ୍ଦ୍ର ଭୋଇ, ପ୍ରଶାନ୍ତ ନାୟକ, ଚନ୍ଦ୍ରମଣି ଭୋଇ, ଦୈତାରୀ ସାହୁ ଓ ସାମ୍ବାଦିକ ମାନେ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।  

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୬/୯/୨୦୨୧---୯,୪୫  

Sakhigopal, 26/9/2021

Blog Archive

Popular Posts