Breaking News

ଅସ‌ହ୍ୟ ରୋଗ-ଯନ୍ତ୍ରଣା ସହିନପାରି ବିଷ ପିଇଦେଲେ ମହିଳା

 ଭଞ୍ଜନଗର---ଭଙ୍ଗା ହାତ କୁ ନେଇ ଯନ୍ତ୍ରଣା ପାଉଥିଲେ ମହିଳା ।  ପୁଣି ଥରେ ସେହି ସ୍ଥାନରେ ହିଁ ହାତ ଭାଙ୍ଗିଗଲା । ଅସହ୍ୟ ଯନ୍ତ୍ରଣା ରେ ମାନସିକ ଭାରସାମ୍ୟ ହରାଇଲେ ମହିଳା । ଶେଷରେ ବିଷପିଇ ଆତ୍ମହତ୍ୟା କଲେ ସଂପୃକ୍ତ ମହିଳା ଜଣକ । ଗାଙ୍ଗପୁର ଥାନା ଅନ୍ତର୍ଗତ ନେଟଙ୍ଗା ଗାଁ ରେ ଘଟିଛି ଏଭଳି ଘଟଣା । ମୃତ ମହିଳା ଜଣକ ହେଲେ କନକ ବାଡତ୍ୟା (୫୮) । ଏନେଇ ମୃତକଙ୍କ ପରିବାର ପକ୍ଷରୁ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଗାଙ୍ଗପୁର ଥାନା ପୋଲିସ ମୃତ ଦେହ କୁ ଜବତ କରି ଭଂଜନଗର କୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲା । ଥାନା କେଶ୍ ନମ୍ବର ୨୫/୨୨ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି , ତଦନ୍ତକାରୀ ଅଧିକାରୀ ଏସ୍ ଆଇ - ଏସ୍. ଆର. ଦିଗାଳ ତଦନ୍ତ ଚଳାଇଥିବା ନେଇ , ଥାନାଧିକାରୀ ଧିରେଶ୍ କୁମାର ଦାସ ସୂଚନା ଦେଇଛନ୍ତି ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୧/୯/୨୦୨୧---୧୧,୫୦ 
Sakhigopal News 21/9/2021

Blog Archive

Popular Posts