ରୁଦ୍ର ମହାରଥୀଙ୍କ ପାଇଁ ଅଣ୍ଟାଭିଡିଲେ ମହିଳା ଗୋଷ୍ଠୀ
ଡେଲାଙ୍ଗ ----- ପିପିଲି- ଡେଲାଙ୍ଗରେ ଉପନିର୍ବାଚନ ୩୦ ତାରିଖରେ ହେବାକୁ ଯାଉଛି । ତାରିଖ ଯେତିକି ପାଖେଇ ଆସୁଛି ପ୍ରଚାର ସେତେ ସରଗରମ ଆଡକୁ ଯାଉଛି । ବିଶେଷ କରି ବିଜେଡି ପ୍ରାର୍ଥୀ ତଥା ଦିବଂଗତ ମହାରଥୀଙ୍କ ପୁତ୍ର ରୁଦ୍ର ପ୍ରତାପ ମହାରଥୀଙ୍କ ପାଇଁ ମନିନ୍ଦା ଗ୍ରାମ ପଞ୍ଚାୟତରେ ଯୁବଗୋଷ୍ଠୀ ଓ ମହିଳା ମାନେ ତାଙ୍କୁ ଜିତାଇବା ପାଇଁ ଅଣ୍ଟାଭିଡିଛନ୍ତି । ଆଜି ସରପଞ୍ଚଙ୍କ ପ୍ରତିନିଧି ନରେନ୍ଦ୍ର ପରିଡା, ମୁନିନ୍ଦା ପଞ୍ଚାୟତର ଦାୟତ୍ୱରେ ଥିବା ଗଣେଶ ପ୍ରସାଦ ମହାପାତ୍ର, ରାଜେଶ ରାଜ ସ୍ୱାଇଁ ଓ କଣାସ ବ୍ଳକର ସ୍ୱେଚ୍ଚାସେବୀ ମହିଳାକବିତା ପଶ୍ଚିମକବାଟଙ୍କ ନେତୃତ୍ୱରେ ସେବତୀପୁରପୁର୍ବପାରି, ଚାନ୍ଦୋଳ, ସାନ ମୁନିନ୍ଦା, ବଡ ମୁନିନ୍ଦା ଗ୍ରାମରେ ମହିଳା ଗୋଷ୍ଠୀ ମାନେ ଘରକୁ ଘର ବୁଲି ରୁଦ୍ର ପ୍ରତାପ ମହାରଥୀଙ୍କୁ ଶଙ୍ଖ ଚିହ୍ନରେ ଭୋଟ ଦେବା ପାଇଁ ପ୍ରଚାର କରିଥିଲେ । ବିଶେଷ କରି ମହିଳା ଗୋଷ୍ଠୀ ମାନେ ବିଜେଡି ଦଳ ପାଇଁ ଅଣ୍ଟା ଭିଡିଥିବା ଜଣାପଡିଛି ।
ଧୀରେନ୍ଦ୍ର ସେନାପତି, ୨୪/୯/୨୦୨୧---୧୦,୦୫
Sakhigopal 24/9/2021