ବିଦ୍ୟୁତ ଆଘାତ ରେ ବୁଦ୍ଧଙ୍କ ମୃତ୍ୟ
ଭଞ୍ଜନଗର---- ବିଦ୍ୟୁତ ଆଘାତରେ ଜଣେ ବୟସ୍କ ବ୍ୟକ୍ତି ଙ୍କ ମୃତ୍ୟୁ ହୋଇଯାଇଛି । ବୁଧବାର ଶ୍ରମିକ ଭାବେ କାମ କରୁଥିବା ବେଳେ ହଠାତ୍ ଘରେ ଥିବା ପାଣି ପମ୍ପ ସଂସ୍ପର୍ଶରେ ଆସି ଗାଙ୍ଗପୁର ଥାନା ଅନ୍ତର୍ଗତ କୁଲାଙ୍ଗି ଗ୍ରାମର ବୃନ୍ଦାବନ ବେହେରା( ୫୦) ଙ୍କ ର ମୃତ୍ୟୁ ଘଟିଛି । ମିଳିଥବା ସୂଚନା ଅନୁସାରେ କୁଲାଙ୍ଗି ଗ୍ରାମର ଜୈନିକ ବ୍ୟକ୍ତିଙ୍କଘରେ ବୃନ୍ଦାବନ କାମ କରୁଥିବା ବେଳେ ପାଣିପମ୍ପଟିକୁ ହଠାତ୍ ଧରିବାରୁ ତାଙ୍କୁ ବିଦ୍ୟୁତ ଆଘାତ ଲାଗିଥିଲା । ବୃନ୍ଦାବନ ଛଟପଟ ହେଉଥିବା ଦେଖି , ପାଖରେ ଥିବା ଶ୍ରମିକ ମାନେ ତାଙ୍କୁ ଉଧାର କରିଥିଲେ । ଗୁରୁତର ଅବସ୍ଥାରେ ଭଞ୍ଜନଗର ଡାକ୍ତରଖାନାରେ ଭତ୍ତି କରାଯାଇଥିଲା ।ଏଠାରେ ଡାକ୍ତର ବୃନ୍ଦାବନଙ୍କୁ ମୃତ୍ୟୁ ଘୋଷଣା କରିଥିଲେ ।ଏହି ଖବର ଗାଙ୍ଗପୁର ପୁଲିସ ଖବର ପାଇ ଭଞ୍ଜନଗର ଡାକ୍ତରଖାନାରେ ପହଞ୍ଚି ଶବକୁ ଜବତ କରିଥିଲା । ତଦନ୍ତକରି ବ୍ୟବଛେଦ ପାଇଁ ବ୍ୟବଛେଦ ଗୃହକୁ ପଠାଇ ଦିଆଯାଇଥିଲା ।ଏହି ମୃତ୍ୟ ଘଟଣାକୁ ନେଇ ଗାଙ୍ଗପୁର ଥାନାରେ ଏକ ଅପମୃତ୍ୟୁ ମାମଲା ହେଇଥିବା ଥାନା ଅଧିକାରୀ ଧୀରେନ କୁମାର ଦାଶ କହିଛନ୍ତି ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ, ୨୯/୯/୨୦୨୧---୬,୪୫
Sakhigopal News,29/9/2021