Breaking News

ନନ୍ଦିଘୋର ପଞ୍ଚାୟତ ପକ୍ଷରୁ ପ୍ରତିଭା ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ




ଓଡଗାଁ:-- ଓଡଗାଁ ବ୍ଳକ ନନ୍ଦିଘୋର ଗ୍ରାମ ପଞ୍ଚାୟତ ତରଫରୁ ସରପଞ୍ଚ ଶ୍ୱେତାଲିନା ମିଶ୍ରଙ୍କ ସଭାପତିତ୍ୱରେ ଏକ ପ୍ରତିଭା ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ ହୋଇଯାଇଛି। 
          ଉକ୍ତ ସମ୍ବର୍ଦ୍ଧନା ସମାରୋହ ରେ ନନ୍ଦିଘୋର ମାଟିର ସୁଯୋଗ୍ୟ ସନ୍ତାନ ତଥା ଓଡିଶା ସଂଗୀତ ଏକାଡେମୀ ପୁରସ୍କାର ପ୍ରାପ୍ତ ଅଭିନେତା ତଥା ନିର୍ଦ୍ଦେଶକ ଶିଳ୍ପୀ ପ୍ରଭାତ ମହାରଣାଙ୍କୁ ନନ୍ଦିଘୋର ଗ୍ରାମ ପଞ୍ଚାୟତ ତରଫରୁ ସମ୍ବର୍ଦ୍ଧନା କରାଯାଇଛି। ପ୍ରଭାତ ମହାରଣାଙ୍କୁ ମଂଚ କଳା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ୨୦୨୦ ରେ ସଂଗୀତ ନାଟକ ଏକାଡେମୀ ତରଫରୁ ରାଜ୍ଯ ସ୍ତରୀୟ କଳା ସମ୍ମାନ ପୁରସ୍କାର ପ୍ରାପ୍ତ କରାଯାଇଥିଲା। ପ୍ରଭାତ ମହାରଣାଙ୍କ ପରି ପୂର୍ବରୁ ତାନସେନ ସିଂ ଓ ନବକିଶୋର ମିଶ୍ରଙ୍କୁ ଓଡିଶା ସଂଗୀତ ଏକାଡେମୀ ପୁରସ୍କାର ମିଳିଥିଲା । ଉକ୍ତ ସମାରୋହ ରେ ତାନସେନ ସିଂ ଓ ନବକିଶୋର ମିଶ୍ରଙ୍କୁ  ସଂଗୀତ ପାଇଁ ମଧ୍ଯ ସମ୍ବର୍ଦ୍ଧନା କରାଯାଇଥିଲା। 
                            ନନ୍ଦିଘୋର ମାଟିର ପୁଅ ହିସାବରେ ପ୍ରଭାତ ମହାରଣାଙ୍କ ଗୁଣ, ଗାରିମା କୁ ଉପସ୍ଥିତ ଅତିଥି ମାନେ ପ୍ରଶଂସା କରିବା ସହ ଏଭଳି ଜଣେ ମଂଚ କଳାକାର ସାଧକ ତଥା ନାଟ୍ୟକାର, ନିର୍ଦ୍ଦେଶକ ଙ୍କୁ ପାଇ ଏ ମାଟି ଧନ୍ଯ ବୋଲି ଉପସ୍ଥିତ ଅତିଥି ମାନେ ମତ ପ୍ରକାଶ କରିଥିଲେ। 
                           ଏହି ସମ୍ବର୍ଦ୍ଧନା ସମାରୋହ ପର୍ବ ରେ ନନ୍ଦିଘୋର ଗ୍ରାମ ପଂଚାୟତ ସରପଂଚ ଶ୍ୱେତାଲିନା ମିଶ୍ରଙ୍କ ସହ ବରିଷ୍ଠ ସାମ୍ବାଦିକ ତଥା ନାଟ୍ୟକାର ପ୍ରଦୀପ୍ତ ରଥ, ଅବସରପ୍ରାପ୍ତ ଶିକ୍ଷକ ଚିନ୍ତାମଣି ମିଶ୍ର ,କବି ତଥା ବିଶିଷ୍ଟ ଲେଖକ ଶରତ ଆଚାର୍ଯ୍ୟ, ଓଡଗାଁ ପ୍ରେସ କ୍ଳବ ସଭାପତି ଅଶୋକ ମହାପାତ୍ର, ସାମ୍ବାଦିକ ତଥା ଅବସରପ୍ରାପ୍ତ ଶିକ୍ଷକ ରାମକୃଷ୍ଣ ପରିଡା,  ପ୍ରମୁଖ ବିଶିଷ୍ଟ ଅତିଥି ମାନେ ଉପସ୍ଥିତ ଥିଲେ। ଉକ୍ତ ସମ୍ବର୍ଦ୍ଧନା ସମାରୋହ କାର୍ଯ୍ୟକ୍ରମ କୁ କବି ଗଜେନ୍ଦ୍ର ମହାରଣା ସଂଯୋଜନା କରିଥିଲେ। ସାହିର ଉମେଶ ପରିଡା ଓ ମନୋଜ ସାହୁ ପରିଚାଳନାରେ ସହଯୋଗ କରିଥିଲେ।
ରିପୋର୍ଟ:- ଦିଲ୍ଲୀପ୍ କୁମାର ବିଶୋଇ, ଓଡଗାଁ
-୧୯/୯/୨୧----୯,୦୦  
Sakhigopal News,19/9/2021

Blog Archive

Popular Posts