Breaking News

ପୈତୃକ ସମ୍ପତ୍ତି ଭାଗ ବଣ୍ଟାକୁ ନେଇ ଦୁଇ ଭାଇ ମଧ୍ୟର ଗଣ୍ଡଗୋଳ:ସାନ ଭାଇ ଗିରଫ

  ଭଞ୍ଜନଗର- ତାରସିଂ ଥାନା ଅନ୍ତର୍ଗତ କପିଳପଲ୍ଲୀ ଗ୍ରାମର ସୁଧାକର ନାୟକ ଓ ଗିରିଶ ନାୟକ ଦୁଇ ଭାଇଙ୍କ ମଧ୍ୟରେ ପୈତୃକ ସମ୍ପତ୍ତି ଭାଗ ବଣ୍ଟାକୁ ନେଇ ଗଣ୍ଡଗୋଳ ଘଟିଛି  । ସୁଧାକରଙ୍କ ଏତଲାକୁ ଭିତ୍ତି କରି ତାରସିଂ ପୁଲିସ ସାନ ଭାଇ ଗିରିଶକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ପ୍ରଦିପ୍ତ କୁମାର ଦାସଙ୍କ ଠାରୁ ସୁଚନା ମିଳିଛି । ଖବର ନେବାରେ ଜଣାପଡିଛି ଯେ  ସୁଧାକର ଓ ଗିରିଶ ଦୁଇ ଭାଇ ଙ୍କ ମଧ୍ୟରେ ସମ୍ପତ୍ତିକୁ ନେଇ ବହୁଦିନ ହେଲା  ଗଣ୍ଡଗୋଳ ଲାଗିରହିଥିଲା । କିଛି ଦିନ ତଳେ ଦୁଇ ଭାଇଙ୍କ ମଧ୍ୟରେ ଉକ୍ତ ସମ୍ପତ୍ତିକୁ ନେଇ  ପାଟିତୁଣ୍ଡ ହୋଇ ସାନ ଭାଇ ଗିରିଶ ରାଗି ଯାଇ ହେଇ ମଝିଆ ଭାଇ ସୁଧାକରଙ୍କୁ ଠେଙ୍ଗାରେ ମାଡମାରିଥିଲା । ଏହି ଘଟଣାକୁ ନେଇ ମଝିଆ ଭାଇ ସୁଧାକର ତାରସିଂ ଥାନାରେ ଲିଖିତ ଅଭିଯୋଗ କରିବା ପରେ ତାରସିଂ ଥାନା କେସ ନଂ ୨୪୭/୨୧ରେ ଏକମାମଲା ରୁଜୁ କରି ସାନ ଭାଇ ଗିରିଶକୁ ଗିରଫ କରି ସୋମବର କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ଶ୍ରୀ ଦାଶ କହିଛନ୍ତି । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୭/୯/୨୦୨୧---୯,୦୧ 
Sakhigopal News,27/9/2021

Blog Archive

Popular Posts