Breaking News

ଗାଙ୍ଗପୁର ଆମ ପୋଲିସ ସମିତି ଓ ବେଲଗୁଣ୍ଠା ପ୍ରେସ କ୍ଲବ ଏବଂ ସମ୍ବାଦ ଆମ ଓଡ଼ିଶା ତରଫରୁ ରକ୍ତଦାନ ଶିବିର


ବେଲଗୁଣ୍ଠା ------ ଭଞ୍ଜନଗର ରକ୍ତଭଣ୍ଡାରରେ ଗତ କିଛି ଦିନ ହେଲା ରକ୍ତର ଘୋର ଅଭାବ ଦେଖାଦେଇଛି।ଯାହାଫଳରେ ପ୍ରତିଦିନ ବିଭିନ୍ନ ସ୍ଵେଚ୍ଛାସେବୀ ସଙ୍ଗଠନ,ବେଲଗୁଣ୍ଠା ପ୍ରେସକ୍ଳବର ସଦସ୍ୟ ମାନେ ଆସି ରକ୍ତ ଦେଇ ରୋଗୀଙ୍କୁ ସାହାଯ୍ୟ କରୁଛନ୍ତି । ଏହାକୁ ଦୃଷ୍ଟିରେ ରଖି ଗାଙ୍ଗପୁର ଆମ ପୋଲିସ୍ ସମିତି, ବେଲଗୁଣ୍ଠା ପ୍ରେସକ୍ଲବ ଏବଂ ସମ୍ବାଦ ଆମ ଓଡ଼ିଶା   ମିଳିତ ଭାବେ ଯୁଦ୍ଧକାଳୀନ ମଧ୍ୟରେ ଭଞ୍ଜନଗର ରକ୍ତ ଭଣ୍ଡାରରେ ବୁଧବାର ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ର ଆୟୋଜନ କରିଥିଲେ। ଏଥିରେ ମୋଟ ୩୨ ଜଣ ନୂତନ ରକ୍ତଦାତାଙ୍କ ସମେତ ୪୬ ୟୁନିଟ ରକ୍ତ ସଂଗୃହିତ ହୋଇଥିଲା।ଯାହା ଫଳରେ ଆଗକୁ କିଛି ଦିନ ରକ୍ତ ସମସ୍ୟା ଦୂର ହୋଇପାରିବ ବୋଲି ଅତିଥି ମାନେ ପ୍ରକାଶ କରିଛନ୍ତି । ଆଜିର ଏହି ଶିବିରକୁ ସୋରଡ଼ା ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସ୍ୱାଇଁ ଉଦଘାଟନ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଭଞ୍ଜନଗର ଆରକ୍ଷୀ ଅଧିକ୍ଷକ ଶୁଭ୍ରାଂଶୁ ଶେଖର ମିଶ୍ର,ସମ୍ମାନୀତ ଅତିଥି ଭାବେ ମେଡ଼ିକାଲ ଅଧିକ୍ଷକ ସୀତାଂଶୁ ଶେଖର ଶତପଥି, ବେଲଗୁଣ୍ଠା ଏନ୍ଏସି ନିର୍ବାହି ଅଧିକାରୀ ରାକେଶ କୁମାର ପାତ୍ର,ପ୍ରେସକ୍ଲବ ସଭାପତି ପ୍ରଦ୍ୟୁମ୍ନ ପାତ୍ର,ଗାଙ୍ଗପୁର ଥାନା ଅଧିକାରୀ ଧୀରେଶ କୁମାର ଦାସ,ବିଶ୍ୱ ଭାରତୀ ଅଧ୍ୟକ୍ଷ କୁଞ୍ଜବିହାରୀ ନାୟକ, ବ୍ଲଡ୍ ବ୍ୟାଙ୍କ ଅଧୀକ୍ଷକ ଡକ୍ଟର୍ ଗୋବିନ୍ଦ ଚନ୍ଦ୍ର ମହାପାତ୍ର, ମେଡିକାଲ୍ ପରିଚାଳକ ବିଚିତ୍ର ପାଣିଗ୍ରାହୀ, ସମାଜସେବୀ ଶୂଳପାଣି ଶତପଥୀ,କ୍ଷତ୍ରିୟବରପୂର କଲେଜ୍ ଅଧ୍ୟକ୍ଷ ବି ଗୋବିନ୍ଦ ରାଓ,କନିଷ୍ଠ ଯନ୍ତ୍ରୀ ବିଶ୍ୱ ରଞ୍ଜନ ଜେନା, ଡା ସ୍ମିତା ପ୍ରିୟଦର୍ଶନୀ ପ୍ରମୁଖ ଯୋଗ ଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ । ଆଜିର ଏହି ଶିବିରରେ ବେଲଗୁଣ୍ଠା ଏନଏସି ନିର୍ବାହି ଅଧିକାରୀ ରାକେଶ ପାତ୍ର,କନିଷ୍ଠ ଯନ୍ତ୍ରୀ ବିଶ୍ୱ ରଞ୍ଜନ ଜେନା, ଭଞ୍ଜନଗର ସ୍ଵାସ୍ଥ୍ୟ କେନ୍ଦ୍ର   ଅଧିକାରୀ ଡ଼କ୍ଟର୍ ସ୍ମିତା ପ୍ରିୟଦର୍ଶିନୀଙ୍କ ସମେତ ପ୍ରେସକ୍ଲବ ଉପଦେଷ୍ଟା ସନ୍ତୋଷ କୁମାର ବିଷୋୟୀ, ସାମ୍ବାଦିକ ଶିବ ପ୍ରସାଦ ମହାପାତ୍ର, ପଞ୍ଚାନନ ସାହୁ  ଏବଂ ଚାରି ଜଣ ମହିଳା ସାଗରିକା ଖୁଣ୍ଟିଆ, ମିଲି ମହାରଣା, ରଶ୍ମୀ ଭୂୟାଁ ,ପ୍ରିୟଙ୍କା ପାତ୍ର,ଙ୍କ ସମେତ ୪୬ ଜଣ ରକ୍ତଦାନ କରିଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ଗାଙ୍ଗପୁର ଥାନାର ଏସ୍ଆଇ ଶ୍ରୀକାନ୍ତ ପ୍ରଧାନ, ଶୁଭ୍ରଜିତ ସାମନ୍ତରାୟ ଓ ରାମେଶ୍ୱର ପାତ୍ରଙ୍କ,ସମେତ ୟୁଜେଏ ର ଭଞ୍ଜନଗର ସଭାପତି ଜୟକୃଷ୍ଣ ପଟ୍ଟନାୟକ, ଜିଲ୍ଲା ସଂଯୋଜକ ବିଶ୍ବମ୍ବର ଜେନା,ପ୍ରେସକ୍ଲବ ଉପସଭାପତି ପ୍ରଭାତ ସାହୁ, କୋଷାଧ୍ୟକ୍ଷ ବିଭୂପାଦ ଜେନା,ଉପଦେଷ୍ଟା ସନ୍ତୋଷ ବିଷୋୟୀ, ସାମ୍ବାଦିକ ଅରୁଣ ସ୍ୱାଇଁ, ଶିଶିର ସ୍ଵାଇଁ, ଶ୍ରୀକାନ୍ତ ଜେନା ଓ ଗାଙ୍ଗପୁର ପୋଲିସ୍ କର୍ମଚାରୀ ମାନେ ସହଯୋଗ କରିଥିଲେ । କାର୍ଯ୍ୟକ୍ରମରେ ଭଞ୍ଜନଗର ରକ୍ତ ଭଣ୍ଡାର କର୍ମଚାରୀ ଚିତ୍ତରଞ୍ଜନ, ଇତିଶ୍ରୀ, ବିପିନ, ସୀମାଞ୍ଚଳ ଏବଂ ଗଣେଶ ରକ୍ତ ସଂଗ୍ରହରେ ସାହାଯ୍ୟ କରିଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମକୁ ଗାଙ୍ଗପୁର ଥାନା ଅଧିକାରୀ ଧୀରେଶ୍ କୁମାର ଦାଶ୍ ଓ ବେଲଗୁଣ୍ଠା ସମ୍ବାଦ ପ୍ରତିନିଧି ପ୍ରଦ୍ୟୁମ୍ନ ପାତ୍ର ପରିଚାଳନା କରିଥିଲେ । ସମସ୍ତ ରକ୍ତଦାତାଙ୍କୁ ବେଲଗୁଣ୍ଠା  ପ୍ରେସକ୍ଲବ ଏବଂ ଗାଙ୍ଗପୁର ଥାନା ତରଫରୁ କୃତଜ୍ଞତା ଜ୍ଞାପନ କରାଯାଇଥିଲା ।  ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୨/୯/୨୦୨୧---୪,୪୫ Sakhigopal News,22/9/2021

Blog Archive

Popular Posts