ଉତ୍କଳମଣି ସ୍ମୃତି ବିଦ୍ୟାପୀଠର ପୁରାତନ ଛାତ୍ର ସଂସଦ ପକ୍ଷରୁ ଆର୍ଥିକ ସହୟତା ପ୍ରଦାନ
ସାକ୍ଷୀଗୋପାଳ---- ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଳକ ଗଡଗଡିଆ ଗ୍ରାମର ପୁଷ୍ଟିଧର ବେହେରାଙ୍କ ପୁଅ ଭବେଶ ବେହେରା ଅଗଷ୍ଟ ୧୩ ତାରିଖ ଦିନ ୬୦ ନମ୍ବର ଜାତୀୟ ରାଜପଥରେ ଏକ କାର ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ । ଚିକିତ୍ସା ପାଇଁ ତାଙ୍କ ବାପା ସମସ୍ତ ଜମିବାଡି ବିକ୍ରି କରିବା ସହ ଗାଈ ଦୁଇଟି ବିକ୍ରୟ କରିବା ପରେ ମଧ୍ୟ ପୁଅର ଚିକିତ୍ସା ପାଇଁ ଅର୍ଥ ଦରକାର ପଡୁଛି । ଶେଷରେ ବାପା ମା ପୁଅର ଫଟୋକୁ ଧରି ପୁଅର ଚିକିତ୍ସା ପାଇଁ ବୁଲି ବୁଲି ଘରକୁ ଘର ଯାଇ ପଇସା ମାଗୁଛନ୍ତି । ଏହି ଖବର ସୋସିଆଲ ମିଡିଆରେ ଦେଖିବା ପରେ ବଳଙ୍ଗା ଥାନା ସରସ୍ୱତୀପୁର ଗ୍ରାମ ପଞ୍ଚାୟତର ଉତ୍କଳମଣି ସ୍ମୃତି ବିଦ୍ୟାପୀଠର ୨୦୦୨ ମସିହାର ମାଟ୍ରିକ ବ୍ୟାଚର ପ୍ରତିପ୍ରଭା ମହାପାତ୍ର, ଅଜୟ ସ୍ୱାଇଁ, ଦେବେନ୍ଦ୍ର ନାୟକ, ସତ୍ୟଜିତି ଛାଟୋଇ, ଗୀତାଞ୍ଜଳି ଭଟ୍ଟ, ମହାଷ୍ୱେତା ପୋଲାଇ, ପଙ୍କଜିନି ସାହୁ, ଦିପ୍ତିମୟୀ ମିଶ୍ର, ଉମିଳା ସାହୁ, ତ୍ରିନାଥ ପରିଡା, ବିଜୟ ବାରିକ, ପ୍ରତାପ ମହାରଣା, ମାର୍କଣ୍ଡେୟ ସିଂହ, ସୋମ୍ୟଷ୍ଟା ଦାଶ, ମାମିନା ସେଠୀ, ଦିବାକର ସ୍ୱାଇଁ ପ୍ରମୁଖ ଭବେଶଙ୍କ ଚିକିତ୍ସା ପାଇଁ ୫୬୦୦ଶହ ଟଙ୍କା ଚିକିତ୍ସା ପାଇଁ ସହାୟତା ଯୋଗାଇ ଦେଇଥିବା ସହ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ଭବେଶଙ୍କ ଆରୋଗ୍ୟ କାମନା କରିଛନ୍ତି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୬/୯/୨୦୨୧---୯,୩୫
Sakhigopal News, 26/9/2021