ନମ୍ବର ବିଭିନ୍ନ ଗାଡ଼ିରେ ଚାଲିଛି "ଗୋ'ଚାଲାଣ ! ଗୋ ଚାଲାଣ ରୋକିବାରେ ପ୍ରଶାସନ ବିଫଳ l
ଜଟଣୀ :--ଜଟଣୀ ମିଳିତ "ଗୋ"ସେବକ ସଂଘର ସଦସ୍ୟଙ୍କ ଦ୍ୱାରା ଉଦ୍ଧାର ହେଲା ୧୦ ରୁ ଅଧିକ ଗୋରୁ l ସୂଚନା ମୁତାବକ ସ୍ଥାନୀୟ କନ୍ତିଆ ଏବଂ ନିରଞ୍ଜନ ପୁର ଖଣି ଅଞ୍ଚଳ ଦେଇ ଗୋ ଚାଲାଣ ବେଳେ ସେଠାକାର କିଛି ଯୁବକ ଜଟଣୀ ପୋଲିସକୁ ଖବର ଦେଇଥିଲେ l ପୋଲିସ ଘଟଣା ସ୍ଥଳରେ ପହଂଚିବା ବେଳକୁ ଗୋ ଚାଲାଣ କାରି ଘଟଣା ସ୍ଥଳରୁ ଚମ୍ପଟ ମାରିଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି l ଅନ୍ୟ ସୂତ୍ରରୁ ଖବର ପାଇ ସ୍ଥାନୀୟ ଗ୍ରାମବାସୀ ଏବଂ ଜଟଣୀ ମିଳିତ "ଗୋ'ସେବକ ସଙ୍ଘ ମିଳିତ ସହଯୋଗରେ ଗୁରୁବାର ମଧ୍ୟ ରାତ୍ରରୁ ଦୁଇଟି ଗାଡ଼ିରେ ଅତି ଦୟନୀୟ ଅବସ୍ଥାରେ ଗୋ ଚାଲାଣ ସମୟରେ ଗାଡି ମଧ୍ୟରୁ ଗୋରୁ ଉଦ୍ଧାର କରିଥିଲେ l ଏଠି ପ୍ରଶ୍ନ ଉଠେ ଏହା ଏକ କମିଶନରେଟ ପୋଲିସ ଅଧୀନରେ ଯାଉଥିବା ବେଳେ ଏଭଳି ନମ୍ବର ବିହୀନ ଗାଡି ବ୍ୟବହାର ହେଉଥିବା ଏକ ଆଲୋଚ୍ୟ ବିଷୟ ସାଜିଛି l ଗୋ ସେବକ ମାନଙ୍କ ଦ୍ୱାରା ଅନେକ ଘାତ ପ୍ରତିଘାତ ମଧ୍ୟରେ ଗତି କରି ଅନେକ ଗୋମାତାଙ୍କୁ ଉଦ୍ଧାର କରି ଥିଲେ ମଧ୍ୟ ପ୍ରଶାସନ କିଭଳି ଗୋ ମାତାଙ୍କ ଚୋରା ଚାଲାଣ ରୋକିବାରେ ବିଫଳ ଉପରେ ପ୍ରଶ୍ନ ଉଠାଇଛନ୍ତି l ଏଠି କୌଣସି କ୍ଷେତ୍ରରେ ପ୍ରଶାସନିକ ଅଧିକାରୀ ଏବଂ ଗୋ ଚାଲାଣ କାରି ମଧ୍ୟରେ ସମନ୍ୱୟ ରହିଥିବାର ଅନୁମାନ କରାଯାଏ ବୋଲି ଗୋ ସେବକ କାରିଙ୍କ ମନରେ ଉଙ୍କି ମାରିଛି l
ଜଟଣୀ ରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୧/୮/୨୦୨୫---୭,୩୫ Sakhigopal News,1/8/2025
ଜଟଣୀ ରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୧/୮/୨୦୨୫---୭,୩୫ Sakhigopal News,1/8/2025