ପୂର୍ବତଟ ରେଳବାଇ ଶ୍ରମିକ ୟୁନିୟନ ବିଭିନ୍ନ ଦାବି ନେଇ ମୁଖ୍ୟ ଚିକିତ୍ସା ପ୍ରବନ୍ଧକଙ୍କୁ ଦାବି ପତ୍ର ପ୍ରଦାନ
ଜଟଣୀ --ପୂର୍ଵତଟ ରେଳବାଇ ଶ୍ରମିକ ୟୁନିୟନ ତରଫରୁ ଏକ ପ୍ରତିବାଦ ସଭା ସ୍ଥାନୀୟ ଖୋର୍ଦ୍ଧା ମଣ୍ଡଳ ମୁଖ୍ୟ ଚିକିତ୍ସାଳୟ ସମ୍ମୁଖରେ ଅନୁଷ୍ଠିତ ହୋଇଯାଇଛି।ଏହି ଧାରଣା ର ମୁଖ୍ୟ ଉଦ୍ଧେଶ୍ୟ ହେଉଛି ରେତଙ୍ଗ କଲୋନୀ ରେ ଅବସ୍ଥାପିତ ଚିକିତ୍ସାଳୟ କୁ ବନ୍ଦ କରିବା ନିଷ୍ପତି କୁ ବିରୋଧ। କାରଣ ହାରାହାରି ୭୦୦ ରୁ ଅଧିକ କର୍ମଚାରୀ ଏବଂ ପାଖାପାଖି ୩୫୦୦ ରୁ ଅଧିକ କର୍ମଚାରୀଙ୍କ ପରିବାର ସଦସ୍ୟ ମାନଙ୍କୁ ଚିକିତ୍ସା ସୁବିଧା ଯୋଗାଇଦେବାକୁ ଶ୍ରମିକ ୟୁନିୟନ ର ଦାବି ମୁତାବକ ଏହା ଅବସ୍ଥାପିତ କରାଯାଇଥିଲା। ଖୋର୍ଦ୍ଧା ମଣ୍ଡଳ ମୁଖ୍ୟ ଚିକିତ୍ସାଳୟରୁ ୨୦ ଟି ବେଡ଼ ହ୍ରାସ କରି ସେଣ୍ଟ୍ରାଲ ହସ୍ପିଟାଲ ସହ ମିଶାଇବା କୁ ମଧ୍ୟ ସଂଘଟନ ତୀବ୍ର ବିରୋଧ କରୁଛି। ଏହା ଫଳରେ ଖୋର୍ଦ୍ଧା ମଣ୍ଡଳ ର କର୍ମଚାରୀ ମାନେ ବହୁ ଅସୁବିଧା ର ସମ୍ମୁଖୀନ ହେବେ।ଏହା ସହ ଭୁବନେଶ୍ୱର ଷ୍ଟେସନ ସଂଲଗ୍ନରେ ଏକ ରେଳବାଇ ଚିକିତ୍ସାଳୟ ପ୍ରତିଷ୍ଠା, ଅପତ୍ତକାଳୀନ ସ୍ଥିତି ରେ ଘରୋଇ ହସ୍ପିଟାଲରେ ସମ୍ପୂର୍ଣ ଦେୟମୁକ୍ତ ଚିକିତ୍ସା ସୁବିଧା ପାଇଁ ସ୍ୱଚ୍ଛ ପ୍ରଣାଳୀ,ଘରୋଇ ହସ୍ପିଟାଲର ମନମୁଖୀ ବ୍ୟବହାର ର ବିରୋଧ, ମଣ୍ଡଳ ମୁଖ୍ୟ ଚିକିତ୍ସାଳୟରେ ରୋଗୀଙ୍କ ପାଇଁ ଉନ୍ନତମାନର ଔଷଧ ଯୋଗାଣ,ମଧୁମେହ ରୋଗର ପରୀକ୍ଷଣ ସମୟ ସକାଳ ୯ଟା ରୁ ପ୍ରାତଃ ସକାଳ କୁ ପରିବର୍ତ୍ତନ, କର୍କଟ ରୋଗର ଚିକିତ୍ସା ପାଇଁ ବ୍ୟକ୍ତିଙ୍କୁ ଚିକିତ୍ସା ବିଶେଷଙ୍କ ଟାଟା ମେମୋରିଆଲ ହସ୍ପିଟାଲକୁ ସ୍ଥାନାନ୍ତରିତ କରିବାର କ୍ଷମତା ମଣ୍ଡଳ ମୁଖ୍ୟ ଚିକିତ୍ସା ପ୍ରବନ୍ଧକଙ୍କ ହାତରେ ନ୍ୟସ୍ତ କରିବା । ଏବଂ ରୋଗୀ ତଥା ରୋଗୀଙ୍କ ପରିବାର ଲୋକଙ୍କ ପ୍ରତି ଉତ୍ତମ ଓ ଶାଳୀନତା ବ୍ୟବହାର ପ୍ରତିପୋଷଣ କରିବା ଆଦି ୧୦ ଦଫା ଦାବି ସହ ସଙ୍ଗଠନ ର ମହାମନ୍ତ୍ରୀ ଶ୍ରୀ ପ୍ରଦୀପ୍ତ କୁମାର ପାଟସାହାଣୀଙ୍କ ନିର୍ଦ୍ଧେଶ କ୍ରମେ ମଣ୍ଡଳ ସଂଯୋଜକ ଶ୍ରୀ ରଞ୍ଜିତ କୁମାର ଦାସଙ୍କ ନେତୃତ୍ୱରେ ବହୁ କର୍ମଚାରୀ ଏ ଆନ୍ଦୋଳନ ରେ ଅଂଶ ଗ୍ରହଣ କରିଥିଲେ। ଏହା ସହ ଜୋନାଲ କୋଷାଧ୍ୟକ୍ଷ ଶ୍ରୀ ଏମ୍ ଡି ଜାକିରୂଦ୍ଦିନ, ଅତିରିକ୍ତ ମହାମନ୍ତ୍ରୀ ଶ୍ରୀ ବିଦ୍ୟାଧର ଜେନା, ଶ୍ରୀ ନିରଞ୍ଜନ ମିଶ୍ର,ଉପ ମଣ୍ଡଳ ସଂଯୋଜକ ମୁରଲୀ କ୍ରିଷ୍ଣା, ଓପନ ଲାଇନ ଶାଖା ସମ୍ପାଦକ ଶ୍ରୀ ନିର୍ମଳ ପରିଡା,ଡି ଆର ବି ଶାଖା ସମ୍ପାଦକ ଶ୍ରୀ ପ୍ରଦୀପ ବେହେରା ଏବଂ ଶାଖା ସମ୍ପାଦକ ଶ୍ରୀ ପ୍ରକାଶ କୁମାର ସାହୁ ପ୍ରମୁଖ ବହୁ କର୍ମକର୍ତ୍ତା ଉପସ୍ଥିତ ଥିଲେ।ପରିଶେଷରେ ରେ ଖୋର୍ଦ୍ଧା ମଣ୍ଡଳ ପ୍ରବନ୍ଧକ କଂ ଉଦେଶ୍ୟ ରେ ମୁଖ୍ୟ ଚିକିତ୍ସା ପ୍ରବନ୍ଧକଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା।
ଜଟଣୀ --ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୨୬/୯/୨୦୨୧---- ୬,୪୦
Sakhigopal News,26/9/2021