Breaking News

ଭେଡେନରେ ଭାରତ ବନ୍ଦ ସଫଳ


 ବରଗଡ଼----ଆଜି ସଂଯୁକ୍ତ କିଶାନ ମୋର୍ଚ୍ଚା ପକ୍ଷରୁ ତିନୋଟି କୃଷି ଆଇନ୍ କୁ ପ୍ରତ୍ୟାହାର କରିବା ଓ ଦରଦାମ୍ ବୃଦ୍ଧି ପାଉଥିବାରୁ ଭାରତ ବନ୍ଦ ଡାକରା ଦେଇଥିଲା। ଏଥିପାଇଁ ଭେଡେନ ବ୍ଲକ କୃଷକ ସଂଗଠନ ପକ୍ଷରୁ ମଧ୍ଯ  ସାମିଲ ହୋଇଥିଲା। ବରଗଡ ଜିଲ୍ଲା ଭେଡେନ ବ୍ଲକ ଥୁଆପାଲି, ଝରାପାଲି ମାର୍କେଟ ବନ୍ଦ ହୋଇଥିଲା  ।  ସ୍ଵତଃ ପ୍ରବୃତ୍ତ ଭାବରେ ଚାଷୀ ମାନଙ୍କ ସମର୍ଥନ କରି ଦୋକାନ ବଜାର ବନ୍ଦ ରହିଥିଲା।ଔଷଧ ଦୋକାନ ଖୋଲାରହି ଥିଲା, ଅତ୍ୟାବଶ୍ୟକ ଜରୁରୀ କାଳୀନ ସେବା ମେଡିକାଲ ଆମ୍ବୁଲାନ୍ସ ଯିବା ଆସିବା କରୁଥିଲା। ଶାନ୍ତି ଶୃଙ୍ଖଳାର ସହିତ  ବନ୍ଦ ପାଳନ ହୋଇଯାଇଛି। ବନ୍ଦ ପାଳନ ସମର୍ଥନ ଜଣାଇ ଥିବାରୁ କୃଷକ ସଙ୍ଗଠନ ପକ୍ଷରୁ ଉତ୍ପନ୍ନ କୁମାର ଭୋଇ ଅଂଚଳବାସୀଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି।
 ଭେଡେନ ରୁ ଭବାନୀଶଙ୍କର ପାଢୀ ଙ୍କ ରିପୋର୍ଟ,୨୭/୯/୨୦୨୧---୮,୦୦ 
Sakhigopal News,27/9/2021

Blog Archive

Popular Posts