>>
  • ଜନ୍ମ ଦିନରେ ରକ୍ତ ଦାନ ଶିବିର ୪୩ ୟୁନିଟ୍ ସଂଗୃହୀତ
  • >>
  • କୁଦିଆରି ଆରଆଇ କାର୍ଯ୍ୟାଳୟ ଅନ୍ୟତ୍ର ସ୍ଥାନାନ୍ତରିତକୁ ନେଇ ଆନ୍ଦୋଳନ ପାଇଁ ସଜବାଜ
  • >>
  • ଏକ କୋଟି ରୁ ଅଧିକ ଟଙ୍କାର ରୂପା ଜବତ
  • >>
  • ଧନୁପାଲି ଶିଶୁ ବିଦ୍ୟାମନ୍ଦିର ପରିସରରେ ଗୁରୁ ପୂର୍ଣ୍ଣିମା ଦିବସ ପାଳିତ
  • >>
  • ସୁନୀତା ଛାଡିଲେ ବିଜେଡି, କଂଗ୍ରେସର ହାତ ଧରିଲେ , ଘରକୁ ଫେରିବା ପରେ କର୍ମୀମାନେ ଖୁସି
  • >>
  • ସତ୍ୟବାଦୀ ରେ ବ୍ୟାସ ପୂର୍ଣିମାରେ ଗୁରୁପୂଜନ
  • >>
  • ସତ୍ୟବାଦୀରେ ଜାତୀୟ ମତ୍ସ୍ୟ ଚାଷୀ ଦିବସ ପାଳିତ ସହିତ ପ୍ରଶିକ୍ଷଣ ଓ ସଚେତନତା ଶିବିର ଅନୁଷ୍ଠିତ
  • >>
  • ବୃକ୍ଷରୋପଣ ସଚେତନତା କାର୍ଯକ୍ରମ ଅନୁଷ୍ଠିତ
  • >>
  • ସାବିତ୍ରୀ ମହିଳା ମହାବିଦ୍ୟାଳୟ ରେ ନୂତନ ଛାତ୍ରୀ ଓ ଅଧ୍ୟାପିକାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା
  • >>
  • ଅବସର ପ୍ରାପ୍ତ ଶିକ୍ଷକଙ୍କୁ ସମ୍ବର୍ଦ୍ଧନା ସମାରୋହ; ଗୁରୁ ହେଉଛନ୍ତି ଏକ ସତ୍ତା ଓ ଏକ ଅନୁଭବ
  • >>
  • ଛତିଶଗଡରେ ସ୍ମରଣିକା ଦାରୁ ଦେବତା ର ବିତରଣ ଉତ୍ସବ ଅନୁଷ୍ଠିତ
  • >>
  • ୨ୟ ଦିନରେ ଡ୍ରାଇଭରଙ୍କ ଷ୍ଟିୟରିଂଛାଡ଼ ଆନ୍ଦୋଳନ, ବରଗଡ଼ରେ ଡ୍ରାଇଭର ଙ୍କୁ ଉଠାଇନେଲା ପୋଲିସ
  • >>
  • ସାକ୍ଷୀଗୋପାଳ ରେ ଭାରତବନ୍ଦ ଡାକରା ସଫଳ: ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ
  • >>
  • କଣାସରେ କଲବଲ କରୁଛି ହଇଜା ; କମିବାର ନାଁ ଧରୁ ନାହିଁ
  • >>
  • କରମଳାରେ ବନ ମହୋତ୍ସବ ପାଳିତ
  • ଆଶ୍ରୟ 'ତରଫରୁ ବ୍ୟାଡ଼ମିଣ୍ଟନ ପ୍ରତିଯୋଗିତାର ଶୁଭ ଉଦଘାଟନ ଉତ୍ସବ ଅନୁଷ୍ଠିତ


    ଜଟଣୀ --ଆଜି ଠାରୁ ସ୍ଥାନୀୟ ଆଶ୍ରୟ ଅନୁଷ୍ଠାନର ଇଣ୍ଡୋର ଷ୍ଟାଡିୟମରେ ଖୋର୍ଦ୍ଧାଜିଲ୍ଲା ବ୍ୟାଡ଼ମିଣ୍ଟନ ଆସୋସିଏସନ ତରଫରୁ ୧୯ ବର୍ଷରୁ କମ ପୁଅ ଓ଼ ଝିଅ ମାନଙ୍କର ସର୍ବଭାରତୀୟ ସ୍ତରରେ ଖେଳିବା ପାଇଁ ବ୍ୟାଡ଼ମିଣ୍ଟନ। ପ୍ରତିଯୋଗିତା କରାଯାଉଛି । ପୁଅ ଓ ଝିଅ ମିଶି୧୫୬ ଜଣ ଖେଳାଳି ଭାଗ ନେଉଛନ୍ତି । ଏହା ଆସନ୍ତା ରବିବାର  ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଏହି ବ୍ୟାଡ଼ମିଣ୍ଟନ ମହାକୁମ୍ଭକୁ ଓଡିଶା ରାଜ୍ୟର ବ୍ୟାଡ଼ମିଣ୍ଟନ ଆସୋସିଏସନର ସମ୍ପାଦକ ଶ୍ରୀ ନିଲିନ କୁମାରଙ୍କ କରକମଳରେ ଉଦଘାଟିତ ହୋଇଯାଇଛି । ଏହି ଉଦଘାଟନ ସମାରୋହରେ ଆଶ୍ରୟର ସଭାପତି ପ୍ରଦୀପ କୁମାର ପଟ୍ଟନାୟକ, ବରିଷ୍ଠ ସଭ୍ୟ ମହମ୍ମଦ ଫାୟାଜ ଜାଫର ଏବଂ ଆଶ୍ରୟର ସମ୍ପାଦକ ରଞ୍ଜନ କୁମାର ସ୍ୱାଇଁ ପ୍ରମୁଖ ଯୋଗଦେଇଥିଲେ । ସରକାରଙ୍କର ସମ୍ପୂର୍ଣ୍ଣ କୋଭିଡ ନିୟମକୁ ପାଳନ କରାଯାଇ ଏହି ପ୍ରତିଯୋଗିତା ଅନୁଷ୍ଠିତ ହେଉଅଛି ।
    ଏହି ପ୍ରତିଯୋଗିତାରେ ଓଡ଼ିଶାର ବିଭିନ୍ନ ସ୍ଥାନରୁ ପ୍ରତିଯୋଗୀମାନେ ଭାଗ ନେଉଛନ୍ତି । ଏହି ଖେଳ ଯଥାକ୍ରମେ ବାଳକ ସିଙ୍ଗଲ ଏବଂ ଡବଲ, ବାଳିକା ସିଙ୍ଗଲ ଏବଂ ଡବଲ, ଯୁଗ୍ମ ଡବଲସ ଖେଳାଯିବ । ସମୁଦାୟ ୫ ଟି ଇଭେଣ୍ଟରେ ଖେଳ ଅନୁଷ୍ଠିତ ହେଉଅଛି ।ଏହି ଖେଳରେ ୧୬ ଜଣ ପ୍ରତିଯୋଗୀଙ୍କୁ ପୁରସ୍କାର କରାଯିବ । ଖେଳ ବାବଦରେ ପୁରସ୍କାର ରାଶି ୪୭ ହଜାର ଟଙ୍କା ଖର୍ଚ୍ଚ କରିବାକୁ ସଂଘଠନ ତରଫରୁ ସ୍ଥିରୀକୃତ ହୋଇଛି । ଆଜି ଏଠାରେ ବାଳକ ଓ ବାଳିକା କୁ ମିଶାଇ ୮୦ ଟି ମ୍ୟାଚ ଅନୁଷ୍ଠିତ ହୋଇଥିଲା । ଏହାକୁ ଓଡିଶା ବ୍ୟାଡ଼ମିଣ୍ଟନ ଆସୋସିଏସନର ମ୍ୟାଚ ରେଫ୍ରି ଶ୍ରୀମତୀ ରିତା ଦାଶ ଏବଂ ଅନ୍ୟ ଅଧିକାରୀମାନେ ପରିଚାଳନା କରିଥିଲେ । ଏହି ପ୍ରତିଯୋଗିତାକୁ ଆଶ୍ରୟର ସଭ୍ୟ ସ୍ୱରାଜ ପଟ୍ଟନାୟକ, ପୁଣ୍ୟଶ୍ଳୋକ ଦଳାଇ, ଦିବ୍ୟରଞ୍ଜନ ମହାନ୍ତି, ଶରତ ବେହେରା ପ୍ରମୁଖ ସହଯୋଗ କରିଥିଲେ ।
    ଜଟଣୀ -ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୨୫/୯/୨୦୨୧ ---୬,୨୫
     Sakhigopal News,25/9/2021

    Blog Archive

    Popular Posts