ସାକ୍ଷୀଗୋପାଳରେ ଭାରତ ବନ୍ଦ ଆଂଶିକ ସଫଳ
ସାକ୍ଷୀଗୋପାଳ-----ସତ୍ୟବାଦୀରେ ଆଜି ସକାଳୁ ସକାଳୁ ରାସ୍ତା ଘାଟ ସମ୍ପୁଣ୍ର୍ଣ ପାଙ୍କା ରହିଥିଲା । ପୁରୀରୁ କୌଣସି ବେସରକାରୀ ବସ ଚାଳାଚଳ ସମ୍ପୁର୍ଣ୍ଣ ବନ୍ଦ ରହିଛି । ଏଥିଯୋଗୁ ୩୧୬ନଂ ଜାତୀୟ ରାଜପଥ ପାଙ୍ଖା ଥିଲା । ଅଲ ଇଣ୍ଡିଆ କିଷାନ କ୍ଷେତ ମଜଦୁର ସଗଂଠନ ଓ ଏସ.ୟୁ.ସି.ଆଇ ( କମ୍ୟୁନିଷ୍ଟି) ସତ୍ୟବାଦୀ ଶାଖା ପକ୍ଷରୁ ଷ୍ଟେଟବ୍ୟାଙ୍କ ଓ ୟୁନିୟନ ବ୍ୟାଙ୍କ ସମ୍ମୁଖରେ ସଂଗଠନର କର୍ମୀ ମାନେ ବକ୍ଷୋଭ ପ୍ରଦର୍ଶନ କରିଥିଲେ । ବିଶେଷ କରିକେନ୍ଦ୍ର ସରକାର ୩ କୃଷି ଆଇନ ବିରୁଦ୍ଧରେ ବିଭିନ୍ନ ନାରାବାଜି ଦେଇ ବନ୍ଦ ପାଳନ କରିଥିଲେ । ଏହି କାର୍ଯ୍ୟକ୍ରମରେ କ୍ରମେଡ ଶ୍ୟାମ ସୁନ୍ଦର ମହାପାତ୍ର, ସୁବାଷ ବେହେରା, ବିଶ୍ୱନାଥ ବେହେରା, ଆନନ୍ଦ ଜେନା, ହାଡି ବନ୍ଦୁ ବେହେରା, ଭଗବାନ ସିଂ ପ୍ରମୁଖ କର୍ମୀମାନେ ଭାରତ ବନ୍ଦକୁ ସ‘ଳ କରାଇଥିଲେ । ସାକ୍ଷୀଗୋପାଳ ବଜାରର କିଛି ବ୍ୟବସାୟ ପ୍ରତିଷ୍ଠାନ ଗୁଡିକ ବନ୍ଦ ରହିଥିବାର ଦେଖାଯାଇଥିଲା । ସେହିପରି ନବ ନିର୍ମାଣ କୃଷକ ସଙ୍ଗଂଠନ ପକ୍ଷରୁ ସତ୍ୟବାଦୀ ଠାରେ ଭାରତ ବନ୍ଦ କାର୍ଯ୍ୟକ୍ରମ କରିଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୭/୯/୨୦୨୧-୯,୩୦
Sakhigopal News, 27/9/2021