Breaking News

ଦକ୍ଷିଣ ରୁ ଉତ୍ତର କୁ .. ଦଳବାନ୍ଧି , ବୁଢାକେନ୍ଦୁ ଜଙ୍ଗଲରେ ପଶିଲେ ହାତୀ ପଲ

  ଭଞ୍ଜନଗର-- ଦୀର୍ଘ ଦିନ ପରେ ପୁଣି ବୁଢାକେନ୍ଦୁ ଜଙ୍ଗଲରେ ପଶିଲେ ହାତୀ ପଲ । ଉତ୍ତର ଘୁମୁସର ବନଖଣ୍ଡ ର ଗାଙ୍ଗପୁର ସେକସନ୍  ଅନ୍ତର୍ଗତ  ବୁଢ଼ାକେନ୍ଦୁ ଜଙ୍ଗଲ କୁ ଗୁରୁବାର ରାତି ପ୍ରାୟ ୯ ଟା ସମୟରେ ହାତୀପଲ ପଶି ଆସିଛନ୍ତି । ଏହି ପଲରେ ଛୁଆ ହାତୀ ସହ ୧୦ ଟି ହାତୀ ରହିଥିବା ବିଭାଗୀୟ ସୂତ୍ରରୁ ଜଣାପଡିଛି । ଦକ୍ଷିଣ ଘୁମୁସର ବନଖଣ୍ଡ ବୁଗୁଡ଼ା ଓ ବାଲିପଦର ଅଞ୍ଚଳରୁ ଏହି ହାତୀପଲ ଆସିଥିବା ଜଣା ପଡ଼ିଛି । ବାଲିପଦର ଠାରୁ  ଗାଙ୍ଗପୁରର ନିକଟ ଭଂଜନଗର - ବ୍ରହ୍ମପୁର ରାସ୍ତାର ବିଞ୍ଚଣା ଗାଁ ନିକଟ ଦେଇ , ସ୍ଥାନୀୟ ମହାବିଦ୍ୟାଳୟ ରାସ୍ତା ରେ ବୁଢାକେନ୍ଦୁ ଜଙ୍ଗଲରେ ପଶିଛନ୍ତି ହାତୀପଲ ।  ଏହି ସମୟରେ ହାତୀପଲ ରାସ୍ତା ପାର ହେଉଥିବାରୁ ବନବିଭାଗ ର ସୂଚନା ପ୍ରକାରେ ସ୍ଥାନୀୟ ଅଞ୍ଚଳରେ ବିଦ୍ୟୁତ ସରବରାହ ବନ୍ଦ କରିଦିଆଯାଇଥିଲା । ପ୍ରକାଶ ଥାଉକି ଗତ କିଛି ମାସ ପୂର୍ବରୁ ଏହି ବନଖଣ୍ଡ ର ଲାଠିପଡା ସେକସନ୍ ରେ ୧୧ କେଭି ବିଦ୍ୟୁତ୍ ତାର ଲାଗି , ଗୋଟିଏ ହାତୀର ମୃତ୍ୟୁ ହୋଇଥିଲା । ସ୍ଥାନୀୟ ବନପାଳ ଙ୍କୁ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ପ୍ରକାରେ ଚାକିରି ରୂ ନିଲମ୍ବିତ ହେବାକୁ ପଡ଼ିଥିଲା । ହେଲେ ପୁଣି ସେହି ରିସ୍କ୍ ନେବାକୁ ଚାହୁଁନାହାଁନ୍ତି ବନ କର୍ମଚାରୀ । ତେଣୁ ଆଗୁଆ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବାକୁ  ବିଭାଗୀୟ କର୍ମଚାରୀ  ଆରମ୍ଭ କରିଥିବା ଜଣାପଡିଛି । ଖବର ଲେଖା ଶେଷସୁଧା ବୁଢାକେନ୍ଦୁ ଜଙ୍ଗଲରେ ଦଳବାନ୍ଧି ରହିଥିଲେ ହାତୀପଲ ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧/୧୦/୨୦୨୧ ---୬,୧୦  Sakhigopal News,1/10/2021

Blog Archive

Popular Posts