Breaking News

ଯୁବ ଚାଷୀ ହାସଲ କଲେ କିସାନ ଯବାନ ସମ୍ମାନ ପତ୍ର


ଜଟଣୀ --ରାସାୟନିକ ପଦ୍ଧତିରେ ହେଉ ଥିବା ଚାଷ ପ୍ରତି ଚାଷୀମାନଙ୍କ ମୋହ ତୁଟିଗଲାଣି  । ଦାମୀ ବିହନ ସାଙ୍ଗକୁ ବିଭିନ୍ନ ରାସାୟନିକ ସାର, ଅଣୁସାର, କୀଟନାଶକ, ଫିମ୍ପି ନାଶକ ଆଦି ପ୍ରୟୋଗ କରି ଶେଷରେ ଚାଷୀ ବିଭିନ୍ନ ସ୍ତରରେ ହତାଶ ହେଉଛନ୍ତି । ଏହି କାରଣରୁ ଚାଷ ପ୍ରତି ଅନେକ ଚାଷୀଙ୍କର ବିତୃଷ୍ଣାଭାବ ଦେଖାଦେଲାଣି ‌। ଚାଷୀ ମାନଙ୍କର ଚାଷ ପ୍ରତି ବିତୃଷ୍ଣାଭାବ ଦେଖି ଜଟଣୀ ବ୍ଲକ ଅଧୀନ ହରିପୁର ପଞ୍ଚାୟତର ଅରୁଗୁଳୁ ବରଅରା ଗ୍ରାମର ମୃତ ଜିତେନ୍ଦ୍ର ନାଥ ପ୍ରଧାନଙ୍କ ଜ୍ୟେଷ୍ଠ ପୁତ୍ର ଯଯାତି କେଶରୀ ପ୍ରଧାନ ରାସାୟନିକ ପଦ୍ଧତି ତ୍ୟାଗ କରି ଜୈବିଜ ପଦ୍ଧତିରେ ଔଷଧୀୟ ଗୁଣ ଥିବା ଉତ୍ତର-ପୂର୍ବ ଭାରତୀୟ ଅଞ୍ଚଳର କଳାବତୀ ଧାନ ଚାଷକରି ସଫଳତାର ଶୀର୍ଷରେ ପହଞ୍ଚିଛନ୍ତି । ଅନ୍ୟ ଚାଷୀଙ୍କ ପାଇଁ ପ୍ରେରଣାର ଉତ୍ସ ଯୋଗାଇଛନ୍ତି । ଏହି କଳାବତୀ ଧାନର ଅନେକ ଔଷଧୀୟ ଗୁଣ ଭରି ରହିଛି । ଏହା କଳା ରଙ୍ଗର ଚାଉଳ ହୋଇଥିବା ବେଳେ ଆମର ମଧୁମେହ, ହୃଦରୋଗ, ଚର୍ମ ଓ ଚକ୍ଷୁ ରୋଗକୁ ଏହା ଉପଶମ ଦେଇଥାଏ ‌। ତେଣୁ ଭାରତୀୟ ବଜ଼ାରରେ ଏହାର ଚାହିଦା ଅଧିକ ରହିଛି । କଳାବତୀ ଧାନ ବ୍ୟତୀତ ଜୈବିକ ପଦ୍ଧତିରେ ଛତୁ ଚାଷ ଯଥା -ପାଳଛତୁ, ୱେଷ୍ଟର ଛତୁ ମଧ୍ୟରେ ଢାଙ୍ଗିଡ଼ି ଛତୁ ପ୍ରଭୁତି ଗୁଡ ପାଣି ପଦ୍ଧତିରେ ବିହନ ଭିଜାଇ ଚାଷ କରୁଛନ୍ତି । ଜୈବିକ ପଦ୍ଧତିରେ ନିମ୍ବପତ୍ର ଦ୍ୱାରା କୀଟନାଶକ ଔଷଧ ପ୍ରସ୍ତୁତ କରି ପ୍ରୟୋଗ କରିବା ଏବଂ ଗୋମୂତ୍ର, ଗୋବରଖତ ପ୍ରୟୋଗକରି ବିଭିନ୍ନ ପ୍ରକାରର ପନିପରିବା ଚାଷ କରି ସଫଳତାର ଶୀର୍ଷରେ ପହଞ୍ଚିଛନ୍ତି । ଯୁବ ଚାଷୀ ଜଣଙ୍କ ନିଜେ ସଫଳ ଚାଷୀ ହେବା ସଂଗେସଂଗେ ଗ୍ରାମର କିଛି ଚାଷୀଙ୍କୁ ପ୍ରେରଣା ଦେଇ ତାଙ୍କୁ ମଧ୍ୟ ଚାଷ ପ୍ରତି ଆଗ୍ରହ ବଢ଼ାଇଛନ୍ତି । ଯୁବକଙ୍କର ଏହି ନିଷ୍ଠାପର କାର୍ଯ୍ୟ ପରଖି ଭାରତ ସରକାରଙ୍କ ଜୟ ଯବାନ ଜୟ କିସାନ ଏକ ପ୍ରଗତିଶୀଳ ଓ କର୍ତ୍ତବ୍ୟ ନିଷ୍ଠା ଅନୁଧ୍ୟାନ କରି ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦିଙ୍କ ୭୧ ତମ ଜନ୍ମଦିନ ଅବସରରେ ଯୁବ ଚାଷୀ ଯଯାତି କେଶରୀ ପ୍ରଧାନଙ୍କୁ ଭୁବନେଶ୍ୱର ଭାରତୀୟ ଜନତା ପାର୍ଟି କାର୍ଯ୍ୟାଳୟରେ ପାଳିତ ଉତ୍ସବରେ ମୁଖ୍ୟ ଅତିଥୀ ପିଙ୍କି ଶିବରାଜ ସାହା ଏବଂ ରାଷ୍ଟ୍ରୀୟ ସମ୍ପାଦକ କୁର୍ଶକ ମୋଚ୍ଛାଙ୍କର କରକମଳରୁ କିସାନ ଯବାନ ସମ୍ମାନ ପତ୍ର ଅଧିକାର ପ୍ରାପ୍ତ କରିଛନ୍ତି । ଏହା ଗ୍ରାମର ବେକାରୀ ଯୁବକ ମାନଙ୍କ ପ୍ରତି ସ୍ୱାବଲମ୍ବୀ ହେବାର ପ୍ରେରଣା ଯୋଗାଇଛନ୍ତି ।
ଜଟଣୀ -ରଙ୍ଗନାଥ ବେହେରାଙ୍କ ରିପୋର୍ଟ, ୨୧/୯/୨୦୨୧----୧୧,୫୭ 
Sakhigopal News 21/9/2021

Blog Archive

Popular Posts