ଭାରତୀୟ ଆଜାଦ ମଞ୍ଚ ପକ୍ଷରୁ ସମକମାନିତ ଉତ୍ସବ ଅନୁଷ୍ଠିତ
ସାକ୍ଷୀଗୋପାଳ----- ଭାରତୀୟ ଆଜାଦମଞ୍ଚ ପକ୍ଷରୁ ଚନ୍ଦନପୁର ମହାବୀର କଲ୍ୟାଣ ମଣ୍ଡପ ପରିସରରେ କରୋନା ଯୋଦ୍ଧା ସମ୍ମାନ କାର୍ଯ୍ୟଁକ୍ରମ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଚାଇଁପୁର ସରପଞ୍ଚ ପ୍ରଦ୍ୟୁମ୍ନ ପରିଡା ଓ ସୁବାସ ସାହୁ, ମଧୁସୁଦନ ସାହୁ, ଚନ୍ଦ୍ରକାନ୍ତି ମହାନ୍ତି, ବିଶ୍ୱନାଥ ପ୍ରତାପ ଜେନା, ମଞ୍ଚର ରାଜ୍ୟ ସଭାପତି ଡ. ଅମ୍ବୁଜା ସାହୁ, ସାଧାରଣ ସମ୍ପାଦକଡ. ରାଜକିଶୋର ବେହେରା ଯୋଗଦେଇଥିଲେ । ପ୍ରଦୀପ ବିଶ୍ୱାଳ ସଭାରେ ଅଧ୍ୟକ୍ଷତା କରିଥିଲେ । ଓଡିଶାର ବିଭିନ୍ନ କୋଣ ଅଣୁ କୋଣର ୩୦ ଗୋଟି ସ୍ୱୋଚ୍ଛାସେବୀ ଅନୁଷ୍ଠାନକୁ ସମ୍ମାନିତ କରାଯାଇଥିଲା । ସେହିପରି ୨୫୦ ଜଣ ସମାଜସେବୀ ପୁରୁଷ ମହିଳା ମାନଙ୍କୁ ସମ୍ମାନୀତ କରାଯାଇଥିଲା । ବିପିନି ବେହେରା, ରାଜକିଶୋର ବାରିକ, ମାନସ ରଞ୍ଜନ ବେହେରା ରାଜକିଶୋର ସାହୁ, ଦେବ ବେହେରା, ସନ୍ତୋଷ ବାରିକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ରାଜ୍ୟ ସାଧାରଣ ସମ୍ପାଦକ ରାଜକିଶୋର ବେହେରାଙ୍କ ଅଧ୍ୟକ୍ଷତାରେ ମଞ୍ଚର ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ପୁରୀଜିଲ୍ଲା ସଭାପତି ଭାବେ ଚନ୍ଦ୍ରକାନ୍ତି ମହାନ୍ତିଙ୍କୁ ଉପସ୍ଥିତ ଥିବା ସଦସ୍ୟ ସଦସ୍ୟା ମାନେ ମନୋନୀତ କରିଥିଲେ । ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଆଲେଚନା କରାଯାଇଥିଲା । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୬/୯/୨୦୨୧---୯,୩୫
Sakhigopal News, 26/9/2021