Breaking News

ହାଇୱା ଚକାତଳେ ଚାପିହୋଇ ୫୦ ରୁ ଉର୍ଦ୍ଧ୍ବ ଛେଳି ମୃତ, ୩୦ ଆହତ



ଓଡ଼ଗାଁ:-- ମଙ୍ଗଳବାର ବିଳମ୍ବିତ ରାତିରେ  ଓଡଗାଁ-ବାହାଡଝୋଲା ମୁଖ୍ଯ ରାସ୍ତାରେ ଆସୁଥିବା ଓଡି୨୫ଜି୭୨୯୨  ନମ୍ବର ବିଶିଷ୍ଟ ଏକ ହାଇୱା ଏକ ଛେଳି ପଲ ଉପରେ ଚଢାଇଦେବାରୁ ୫୦ ରୁ ଉର୍ଦ୍ଧ୍ବ ଛେଳିଙ୍କର  ମୃତ୍ୟୁ ବରଣ କରିଥିବା ବେଳେ ୩୦ ରୁ ଉର୍ଦ୍ଧ୍ବ ଛେଳି  ଆହତ ହୋଇଥିବା ଜଣାପଡିଛି। 
        ଖବର ଅନୁସାରେ ଓଡି୨୫ଜି୭୨୯୨ ନମ୍ବର ବିଶିଷ୍ଟ ଏକ ହାଇୱା ଟ୍ରକ ଓଡଗାଁ-ବାହାଡଝୋଲା ମୁଖ୍ଯ ରାସ୍ତା ରେ ଆସୁଥିବା ବେଳେ ସ୍ଥାନୀୟ ଜଙ୍ଗଲ ରୁ ଫେରୁଥିବା ଏକ ଛେଳି ପଲ ଉପରେ ଚଢାଇ ଦେଇଥିଲା। ଫଳରେ ଘଟଣାସ୍ଥଳରେ ୫୦ ରୁ ଉର୍ଦ୍ଧ୍ବ ଛେଳି ହାଇୱା ଟ୍ରକ ଚକାରେ ଚାପି ହୋଇ ପ୍ରାଣ ହରାଇଥିବା ବେଳେ ୩୦ ଛେଳି ଗୁରୁତର ଆହତ ହୋଇଛନ୍ତି।ପ୍ରାଣ ହରାଇଥିବା ଛେଳି ଗୁଡିକ ଗୌଡପଟ ଗ୍ରାମର ସୁବାସ ପାତ୍ର ଙ୍କର ବୋଲି ଜଣାପଡିଛି।ଅନ୍ୟପକ୍ଷେ ସ୍ଥାନୀୟ ଉତ୍ତକ୍ତ ଲୋକେ ହାଇୱା ଟିକୁ ଅଟକାଇ ଥିବା ବେଳେ ଟ୍ରକ ଡ୍ରାଇଭର ଘଟଣାସ୍ଥଳରୁ ଚମ୍ପଟ ମାରିଥିବା ଜଣାପଡିଛି। ଘଟଣା ସ୍ଥଳରେ ଓଡଗାଁ ଆଦର୍ଶ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି। 

ରିପୋର୍ଟ:- ଦିଲ୍ଲୀପ୍ କୁମାର ବିଶୋଇ, ଓଡଗାଁ
-୨୨/୯/୨୧----୫,୨୦  Sakhigopal News,22/9/2021

Blog Archive

Popular Posts