Breaking News

ଗୋପବନ୍ଧୁ ସେବା ପରିଷଦ ଆନୁକୂଲ୍ୟରେ ମନୋରମା ଦେବି ଙ୍କ ସ୍ମୃତି ଚାରଣ ସଭା



ଭଞ୍ଜନଗର---- ସ୍ବର୍ଗୀୟ ମନୋରମା ମହାପାତ୍ରଙ୍କ ଅମରଆତ୍ମା ର ସଦଗତି  ପୂର୍ବକ ଏକ ସ୍ମୃତିଚାରଣ ସଭା, ଗୋପବନ୍ଧୁ ସେବା ପରିଷଦ ଆନୁକୂଲ୍ୟରେ ପାଟୁଳିସାହି ହନୁମାନ ମନ୍ଦିର ପ୍ରାଙ୍ଗଣରେ ରେ ଆୟୋଜିତ ହୋଇଯାଇଛି । ଉକ୍ତ ବୈଠକରେ ପରିଷଦ ର ସଭାପତି ପ୍ରଶାନ୍ତ ନାୟକ ଙ୍କ ପୌରହିତ୍ୟ କରିଥିବା ବେଳେ  ମୁଖ୍ୟ ଅତିଥି ମାନ୍ୟବର ସୋରଡ଼ା ବିଧାୟକ  ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ମନୋରମା ମହାପାତ୍ର ଙ୍କ ଶିକ୍ଷା ପ୍ରତି ଗଭୀର ନିଷ୍ଠା ଓ ସେବା ପ୍ରତି ସମର୍ପଣ ଉପରେ ଗୁରୁତ୍ୱାରୋପ କାରି ସ୍ମୃତି ସାଉଁଟି ଥିଲେ ।  ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ଶିକ୍ଷାବିତ କୃତିବାସ ବିଶ୍ୱାଳ, ଶୂଳପାଣି ଶତପଥୀ ଅବୈତନିକ ବନ୍ୟପ୍ରାଣୀ ତତ୍ୱାବଧାରକ, ନିଖିଳ ଉତ୍କଳ ଶିକ୍ଷକ ସଂଘ ସଭାପତି ଜଗବନ୍ଧୁ ଜେନା,ଅବସର ପ୍ରାପ୍ତ ବନ୍ୟପ୍ରାଣୀ ଅଧିକାରୀ ଅନୁପମ ବାନାର୍ଜୀ,ବିଶ୍ୱଭାରତୀ ଆବାସିକ ବିଦ୍ୟାଳୟ ସଭାପତି କୁଞ୍ଜବିହାରୀ ନାୟକ ରେସ୍ପିଣ୍ଡ ଟ୍ରଷ୍ଟ ର ଅଧକ୍ଷ ସ୍ବସ୍ତି ସୁନ୍ଦର ପ୍ରମୁଖ ଯୋଗଦେଇ ମନୋରମା ଦେବି ଙ୍କ ସାହିତ୍ୟ ଓ ସଂସ୍କୃତି ପାଇଁ ଅବଦାନ ଅତୁଳନୀୟ ବୋଲି ମତବ୍ୟକ୍ତ କରିଥିଲେ । କାର୍ଯ୍ୟକ୍ରମକୁ ପରିଷଦ ସମ୍ପାଦକ ରବୀନ୍ଦ୍ର ପାତ୍ର ଙ୍କ ସଂଯୋଜନା ରେ ପରିଚାଳିତ ହୋଇଥିଲା । ଅନ୍ୟ ମାନଙ୍କ ମଧ୍ୟରେ ବ୍ଲକ ଯୁବ ବିଜେଡି ସଭାପତି ଶିବରାମ ରାଉତ,  ଜିଲ୍ଲା ପରିଷଦ ସଭ୍ୟ ଅମିତ କୁମାର ନାୟକ,ଖାଇରପୁଟି ସମିତି ସଭ୍ୟ ପ୍ରଭାତ କୁମାର ସ୍ୱାଇଁ  କ୍ଷେତ୍ରୀୟବରପୁର ସରପଞ୍ଚ ରାଜେନ୍ଦ୍ର ଗୌଡ଼, ସମିତିସଭ୍ୟ ପ୍ରତିନିଧି ରଙ୍କନିଧି ପରିଛା, ପୂର୍ବତନ ସରପଞ୍ଚ ସିମାଞ୍ଚଳ ବିଷୋୟୀ , ସରପଞ୍ଚ ପ୍ରତିନିଧି ତ୍ରିନାଥ ଗୋଛୟତ , ସରପଞ୍ଚ ରବୀନ୍ଦ୍ର ସାହୁ,  ସମାଜସେବୀ ମଣ୍ଟୁ ପରିଡା, ଅଯୋଧ୍ୟା ବେହରା ପ୍ରମୁଖ ଯୋଗ ଦେଇଥିଲେ । ମନୋରମା ମହାପାତ୍ର ଙ୍କ ସମାଜ ପ୍ରତି ନିଷ୍ଠା, ସାହିତ୍ୟର ସାଧନା ଓ ରାଷ୍ଟ୍ରଗଠନ ରେ ସୃଜନଶୀଳ ଯୁଗେ ଯୁଗେ ଇତିହାସ କୁ ରୁଦ୍ଧିମନ୍ତ କରିବ ବୋଲି ବକ୍ତବ୍ୟ ରଖିଥିଲେ । ଶେଷରେ ଶିକ୍ଷକ କୁମର ଜେନା  ଧନ୍ୟବାଦ ଅର୍ପଣ କରିଥିଲେ । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୪/୯/୨୦୨୧--- ୧୦,୩୦ Sakhigopal News,24/9/2021

Blog Archive

Popular Posts