Breaking News

ଗାଲେରୀ ଫାଣ୍ଡିରେ ଏଏସଆଇ ନୂତନ ଭାବେ ଯୋଗଦେଲେ


ଭଞ୍ଜନଗର--- ତାରସିଂ ଥାନା ଗାଲେରୀ ଫାଣ୍ଡିରେ ନୂତନ ଭାବେ ଏଏସଆଇ ବି,ମଧୁବାବୁ  ଦାୟିତ୍ବ ଗ୍ରହଣ କରିଥିବା ଥାନାଧିକାରୀ ପ୍ରଦିପ୍ର କୁମାର ଦାଶ କହିଛନ୍ତି ।ଖବର ନେବାରେ ଗାଲେରୀ ଫାଣ୍ଡିରେ ବହୁଦିନ ହେଲା ଏଏସଆଇ ପଦବୀ ଖାଲି ପଡିଥିବାରୁ ସେହି ଅଞ୍ଚଳରେ ବିଭିନ୍ନ ପ୍ରକାର ର ଅସାମାଜିକ କାର୍ଯ୍ୟକଳାପ ବୁଦ୍ଧି ପାଉଥିବାରୁ ଅଞ୍ଚଳରେ ଅଶାନ୍ତି ଦେଖାଦେଇ ଆସୁଥିବା ବେଳେ ଏହାକୁ ନେଇ ଗଞ୍ଜାମ ଆରକ୍ଷୀ ଅଧୀକ୍ଷକ ବ୍ରିଜେଶ ରାୟଙ୍କ ନିକଟରେ ମଧ୍ୟ ଅଭିଯୋଗ କରିଆସୁଥିଲେ ଅଞ୍ଚଳବାସୀ । ଏହାକୁ ନେଇ ଶ୍ରୀ ରାୟ ନୂତନ ଭାବେ ଏଏସଆଇ ବି,ମଧୁବାବୁ ଙ୍କୁ ଉକ୍ତ ଫାଣ୍ଡିରେ ଅବସ୍ଥାପିତ କରିଥିବାରୁ ଗଞ୍ଜାମ ଆରକ୍ଷୀ ଅଧିକ୍ଷକ ଶ୍ରୀ ରାୟ , ଭଂଜନଗର ଏସଡିପିଓ ଶୁଭ୍ରାଂଶୁ ଶେଖର ମିଶ୍ର ଓ ଥାନାଧିକାରୀ ଶ୍ରୀ ଦାଶକୁ ଅଞ୍ଚଳବାସୀ ଧନ୍ୟବାଦ ଜଣାଇଛନ୍ତି। ନୂତନ ଭାବେ ଦାୟିତ୍ବ ଗ୍ରହଣ କରିଥିବା ଏଏସଆଇ ବି,ମଧୁବାବୁ କହିଛନ୍ତି ଏହି ଅଞ୍ଚଳରେ ବଢୁଥିବା ଅସାମାଜିକ କାର୍ଯ୍ୟକଳାପ ,ଚୋରି ଓ ରାହାଜାନୀକୁ ରୋକିବାକୁ ହେଲେ ଅଞ୍ଚଳବାସୀ ସହଯୋଗ କରିବା ପାଇ ଅନୁରୋଧ କରିଛନ୍ତି ।ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୬/୯/୨୦୨୧----୬,୩୦  
Sakhigopal News,26/9/2021

Blog Archive

Popular Posts