Breaking News

ସତ୍ୟବାଦୀରେ ଜଳ ଜୀବନ ମିଶନ ସଚେତନତା ଶିବିର

 


 ସାକ୍ଷୀଗୋପାଳ -----   ସତ୍ୟବାଦୀ ବ୍ଳକର ଅଗ୍ରଣୀ ସ୍ୱୋଚ୍ଛସେବି ଅନୁଷ୍ଠାନ ସ୍ୱାଦର ଆନୁକୁଲ୍ୟରେ ଜଳ ଜୀବନ ମିଶନ କାର୍ଯ୍ୟଂ କାରିତା ଉପରେ ଗ୍ରାମ ସଂଗଠକ ମାନଙ୍କୁ ନେଇ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଅତିଥି ଭାବେ  ସତ୍ୟବାଦୀ ପଞ୍ଚାୟତ ସମିତି ଅଧ୍ୟକ୍ଷା ସସ୍ମିତା ପ୍ରଧାନ, ମଣ୍ଡଳ ଉନ୍ନୟନ ଅଧିକାରୀ କ୍ଷିରୋଧ କୁମାର ବେହେରା ଓ ଗ୍ରାମ୍ୟ ଜଳ ପରିମଳ ବିଭାଗର କନିଷ୍ଠ ଯନ୍ତ୍ରୀ ସୁଜାତା ପରିଡା ଓ ସ୍ୱାଦର ସମ୍ପାଦିକା ବିଣାପାଣି ମିଶ୍ର ପ୍ରମୁଖ ଯୋଗଦେଇଥିଲେ । ବିଭିନ୍ନ ଗ୍ରାମ ପଞ୍ଚାୟତରୁ ଆସିଥିବା ସ୍ୱେଚ୍ଛାସେବୀ ସଂଗଠକମାନଙ୍କୁ ଜଳ ଜୀବନ ମିଶନର ଲକ୍ଷ୍ୟ, ଉଦ୍ଦ୍ୟେଶ ଓ ଭବିଷ୍ୟତ କାର୍ଯ୍ୟପନ୍ଥାଉପରେ ବିସ୍ତୁତ ଆଲେଚନା କରାଯାଇଥିଲା । ପରେ ପରେ କିପରି ପାନୀୟ ଜଳ ସମସ୍ତଙ୍କ ପାଖରେ ପହଞ୍ଚିବ , ସଂରକ୍ଷଣ କିପରି କରାଯିବ ଓ ତାହାର ଯୋଜନା ପ୍ରସ୍ତୁତ କରାଯିବ ସେ ବିସୟରେ ଟ୍ରେନର ମାନସ ରଞ୍ଜନ ମିଶ୍ର , ଶ୍ରୀକୃଷ୍ଣ୍ର ମହାପାତ୍ର ବୁଝାଇଥିଲେ ।ପ୍ରକଳ୍ପ ସଂଯୋଜକ ଶିଶିର କୁମାର ମିଶ୍ର ଉକ୍ତ ଶିବିରକୁ ପରିଚାଳନା କରିଥିଲେ । 

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୨/୯/୨୦୨୧---୫,୧୦  Sakhigopal, 22/9/2021

Blog Archive

Popular Posts