ପଟ୍ଟନାୟିକିଆ ଠାରୁ ସୁଆଣ୍ଡୋ ରାସ୍ତା ରେ ଗାତ
ସାକ୍ଷୀଗୋପାଳ--- ପଟନାୟକିଆ ରୁ ସୁଆଣ୍ଡୋ ଗ୍ରାମ ରାସ୍ତାରେ ମୁନିଦା ଛକ ଠାରେ ଏକ ବିରାଟ ଗର୍ତ୍ତ ସୃଷ୍ଟି ହୋଇଥିଲା । ଯାହାକି ବାଇକ ଆରୋହି ଙ୍କ ପାଇଁ ମରଣଯନ୍ତା ସୃଷ୍ଟି ହୋଇଥିଲା।ଏହି ଗର୍ତ୍ତ କୁ ବରାଳ ଗ୍ରାମ ର ଦୁଇ ଯୁବକ ସନ୍ଦୀପ ମହାପାତ୍ର ଓ ଚନ୍ଦନ ମହାପାତ୍ର ବାଲି ଗୋଡି ପକାଇ ଏହି ରାସ୍ତା ମରାମତି କରିଛନ୍ତି।ସ୍ଥାନୀୟବାସିନ୍ଦା ଙ୍କ କହିବା କଥା କି ରାସ୍ତା ତଳେ ପାଣି ପାଇପି ଯାଇଥିବାରୁ ପାଣି ନିର୍ଗତ ହୋଇ ରାସ୍ତା କ୍ରମଶଃ ଦବି ବାରେ ଲାଗିଛି । ତୁରନ୍ତ ଏଥିପ୍ରତି ପୁରୀ ଜିଲ୍ଲାପାଳ ନଜର ଦେବାକୁ ଜନସାଧାରଣଙ୍କ ପକ୍ଷରୁ ଦାବି ହୋଇଛି ।
ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତିଙ୍କ ରିପୋର୍ଟ , ୨୬/୯/୨୦୨୧---- ୧୦-୪୫
Sakhigopal News,26/9/2021