ଦଶହରା ପୂର୍ଣ୍ଣମୀ ଯାତ୍ରା ଉପଲକ୍ଷେ ସର୍ବ ସମ୍ମତି କ୍ରମେ ପୂଜା କମିଟୀ ଗଠନ
ବରଗଡ଼-- ବରଗଡ ଜିଲ୍ଲା ଭେଡେନ ବ୍ଲକ ରେମଣ୍ଡା ଗ୍ରାମ ର ଇଷ୍ଟଦେବୀ ମା ସମଲେଶ୍ଵରୀ ଦେବୀଙ୍କ ମନ୍ଦିର ପ୍ରାଙ୍ଗଣରେ ଏକ ସଭାର ଆୟୋଜନ କରାଯାଇଥିଲା। ଏଥିରେ ବରିଷ୍ଠ ନାଗରିକ, ଯୁବ ଗୋଷ୍ଠୀ ଓ ଜନସାଧାରଣଙ୍କ ଉପସ୍ଥିତ ରହିଥିଲେ । ଆଗାମୀ ଦଶହରା ପୂର୍ଣ୍ଣମୀ ଯାତ୍ରା ଉପଲକ୍ଷେ ସର୍ବ ସମ୍ମତି କ୍ରମେ ପୂଜା କମିଟୀ ଗଠନ କରାଯାଇଛି। ସଭାପତି ଭାବେ ପୂର୍ବତନ ସରପଞ୍ଚ ଏକାଦଶୀଆ ହଟେଇ, ଉପସଭାପତି ଶୁଶିଲ କୁମାର ଭୂଏ, ସଂପାଦକ ରାମ କର, ସହ ସଂପାଦକ ସାଥୁଆ, କୋଷାଧ୍ଯକ୍ଷ ଦୀନେଶ ପ୍ରଧାନ, ସହ କୋଷାଧକ୍ଷ ବିଶ୍ଵଜିତ କରଙ୍କୁ ମନୋନୀତ କରାଯାଇଛି। ଏହାସହିତ ପୂର୍ବ କମିଟି ସଦସ୍ୟ ମାନଙ୍କୁ ନେଇ ଏକ ଏଗାରଜଣିଆ ଉପଦେଷ୍ଟା କମିଟି ଗଠନ କରାଯାଇଛି। ଏହି ବର୍ଷ ଦଶହରା ପୂର୍ଣ୍ଣମୀ ଯାତ୍ରା କିପରି ଶାନ୍ତି ଶୃଙ୍ଖଳାର ସହ ପାଳିତ ହେବ ସେହି ଉପରେ ଆଲୋଚନା ହୋଇଥିଲା।
ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୨୬/୯/୨୦୨୧---- ୭,୦୦ Sakhigopal News,26/9/2021