Breaking News

ବାତ୍ଯା "ଗୁଲାବ" ପାଇଁ ଓଡ଼ଗାଁ ରେ ଏନ. ଡି. ଆର. ଏଫ ଟିମ ପ୍ରସ୍ତୁତ


ଓଡ଼ଗାଁ:-- ମାଡି ଆସୁଛି ସମ୍ଭାବ୍ୟ ବାତ୍ଯା "ଗୁଲାବ"। ଏହାର ପ୍ରଭାବରେ ସାରା ଓଡିଶାରେ ପବନ ବହିବା ସହ ଆକାଶ ମେଘାଚ୍ଛନ୍ନ ରହିଥିବା ଦେଖା ଯାଇଛି। ସମ୍ଭାବ୍ୟ ବାତ୍ଯା" ଗୁଲାବ "ପାଇଁ ନୟାଗଡ଼ ଜିଲ୍ଲା ଅରେଞ୍ଜ ଜୋନ ରେ ରହିଛି। ଏହା ସହ ବାତ୍ଯା ର ଭୟାବହତା କୁ ଲକ୍ଷ କରି ଆସନ୍ତାକାଲି ନୟାଗଡ଼ ଜିଲ୍ଲା ର ସମସ୍ତ ଶିକ୍ଷାନୁଷ୍ଠାନ କୁ ମଧ୍ଯ ବନ୍ଦ କରିଦିଆଯାଇଛି। 
                ବାତ୍ଯା" ଗୁଲାବ "ର ଭୟାବହତା କୁ ଲକ୍ଷ କରି ଓଡ଼ଗାଁ ରେ ଏନ. ଡି. ଆର. ଏଫ ର ୧୮ ଜଣିଆ ଟିମ ଓଡ଼ଗାଁ ଇନଡୋର ଷ୍ଟାଡିୟମ ରେ ପହଞ୍ଚିଛନ୍ତି। ଏହି ଟିମ ଆଜି ସକାଳୁ ଓଡ଼ଗାଁ ବ୍ଳକ ର ବିଭିନ୍ନ ତଳିଆ ଅଞ୍ଚଳ ବୁଲି ନିରିଖିଛନ୍ତି। ବାତ୍ଯା ର ପୂର୍ବ ସତର୍କ ପାଇଁ ଆଜି ଦ୍ୱିପହରରେ ଓଡ଼ଗାଁ ବ୍ଳକ ର ବିଭିନ୍ନ ସ୍ଥାନରେ ଡାକବାଜି ଯନ୍ତ୍ର ଦ୍ୱାରା ଲୋକଙ୍କୁ ସତର୍କ କରାଯାଉଥିବା ଦେଖିବାକୁ ମିଳିଛି।

ରିପୋର୍ଟ:- ଦିଲ୍ଲୀପ୍ କୁମାର ବିଶୋଇ, ଓଡ଼ଗାଁ
-୨୬/୯/୨୧----  ୨୬/୯/୨୦୨୧---୯,୫୦ Sakhigopal News,26/9/2021

Blog Archive

Popular Posts