Breaking News

>>
  • କଣାସରେ କଲବଲ କରୁଛି ହଇଜା ; କମିବାର ନାଁ ଧରୁ ନାହିଁ
  • >>
  • କରମଳାରେ ବନ ମହୋତ୍ସବ ପାଳିତ
  • >>
  • ଦାରୁଦେବତା ପୁସ୍ତକ ଉନ୍ମୋଚିତ;ଜଗନ୍ନାଥ ସଂସ୍କୃତି ର ପ୍ରଚାର ପ୍ରସାରର ଆବଶ୍ୟକତା ରହିଛି -ଆଇଜି ହିମାଂଶୁ ଲାଲ କହିଲେ
  • >>
  • ସାଇ ଗୁରୁକୁଳ ଆବାସିକ ବିଦ୍ୟାଳୟ ଠାରେ ରୋଟି ମେସିନ୍ ସ୍ଥାପନ
  • >>
  • ୟୁବି ହାଇସ୍କୁଲରେ ଏନ୍ ସିସି ପକ୍ଷରୁ ବନ ମହୋତ୍ସବ ପାଳିତ
  • >>
  • ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଦୁଇଟି ସ୍ଥାନରେ ଆକ୍ରମଣ, ଦୁଇ ଆହତ, ଦୁଇ ଗିରଫ
  • >>
  • ବାହାଡାପଦର ନୋଡାଲ ହାଇସ୍କୁଲ ଓ ରୋଟାରୀ କ୍ଳବ ତରଫରୁ ବନମହୋତ୍ସବ
  • >>
  • ଓଡ଼ିଆ ବିଶ୍ୱବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ ଅନୁଷ୍ଠିତ
  • >>
  • ସାକ୍ଷୀଗୋପାଳ ରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଙ୍କୁ ସ୍ବାଗତ
  • >>
  • ରାଜସ୍ବ ନିରୀକ୍ଷକ କାର୍ଯ୍ୟାଳୟ 'ରାତ୍ର ୮ ଟା ପର୍ଯ୍ୟନ୍ତ ଖୋଲା ;ଦଲାଲ ମାନଙ୍କ ଦ୍ୱାରା ପରିଚାଳିତ
  • >>
  • କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଶତାୟୁ ଆୟୁଷ ପାଇଁ ୫୬ ଜଣଙ୍କୁ ଛତା ବଣ୍ଟନ
  • >>
  • ଓଡ୍ର ଖଣ୍ଡାୟତ କାଳିଞ୍ଜି ସମାଜର କୁଳଗୃହ ପ୍ରତିଷ୍ଠା ଓ ସାଙ୍ଗଠନିକ ବୈଠକ
  • ଦୁଗଲ ପଞ୍ଚାୟତ ବାସୀ ମାନେ ବର୍ଷା ଜଳ ନିଷ୍କାସନ ଦାବିରେ ବ୍ଳକ କାର୍ଯ୍ୟାଳୟ ଘେରିଲେ


      ସାକ୍ଷୀଗୋପାଳ------- ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ଦୁଗଲ ଗ୍ରାମ ପଞ୍ଚାୟତରେ ଲଗାଣ ବର୍ଷା ପାଣି ସଠିକ ନିଷ୍କାସନ ନହେବାରୁ ଶହ ଶହ ଏକର ଧାନ ଫସଲ ନଷ୍ଟ ହେବା ସହ ମାଛ, ପନିପରିବା ଚାଷ ନଷ୍ଟ ହୋଇଥିବା ଅଭିଯୋଗ କରି ବ୍ଳକ କାର୍ଯ୍ୟାଳୟ ଘେରିଥିଲେ । ଅଠାଇଶ, ପଞ୍ଚୁକେରା, ଅନ୍ତରପନ୍ଥ, ବୁଢ଼ୀମରା ଦକ୍ଷିଣସାହି ପ୍ରମୁଖ ଗ୍ରାମ ଗୁଡିକରେ ପାଣି ରାସ୍ତା ଉପରେ ଚାଲିବା ସହ ବିଲ ବାରିରେ ବର୍ଷା ଜଳ ଲହଡି ଭାଙ୍ଗୁଛି । ପ୍ରଶାସନ ସବୁ ଜାଣି ମଧ୍ୟ ସେପରି ପଦକ୍ଷେପ ନେଉନାହିଁ ବୋଲି ଅଭିଯୋଗ କରିଛନ୍ତି ଚାଷୀ ମାନେ ।  ବିଶେଷ କରି ୩୧୬ ଜାତୀୟ ରାଜପଥ ଦୋହରୀ କରଣ ହେବା ସମୟରେ ବୀରଗୋବିନ୍ଦପୁର ଶଙ୍ଖ, ବୁଢ଼ାମରା ଶଙ୍ଖ, ପଞ୍ଚୁକେରା ଶଙ୍ଖରେ ପାଣି ନିଷ୍କାସନକୁ ସଙ୍କୁଚିତ କରାଯିବା ସହ ସଠିକ ପାଣି ନିଷ୍କାସନ ହେଉନାହିଁ । ଯାହା ଫଳରେକି ଦୁଗଲ ଗ୍ରାମ ପଞ୍ଚାୟତର ଅନେକ ଗ୍ରାମ ଗହିର ଗୁଡିକର ଧାନ ଫସଲ ନଷ୍ଟ ହେଉଛି ବୋଲି ଚାଷୀ ମାନେ ଅଭିଯୋଗ କରିଛନ୍ତି । ଶେଷରେ  ବିଡିଓ କ୍ଷୀରୋଦ କୁମାର ବେହେରା ଅଭିଯୋଗ ଅନୁଯାୟୀ ସମସ୍ତ ଗ୍ରାମ ଗୁଡିକ  ତଦନ୍ତ କରିବା ପରେ ଯାହା କିଛି ପଦକ୍ଷେପ ନେବେ ବୋଲି କହିବା ପରେ ଆନ୍ଦୋଳନ ସ୍ଥଗିତ ରଖାଯାଇଥିବା ଜଣାପଡିଛି ।  ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୨/୯/୨୦୨୧---୫,୧୦   Sakhigopal News, 22/9/2021

    Blog Archive

    Popular Posts