ସାକ୍ଷୀଗୋପାଳରେ ବିଭିନ୍ନ ମଠ ଓ ଭାଗବତୀ ଟୁଙ୍ଗିରେ ଭାଗବତ ଜନ୍ମ ପାଳିତ =
ସାକ୍ଷୀଗୋପାଳ-----ଭାଦ୍ରବ ପୂର୍ଣ୍ଣିମା ବା ଇନ୍ଦ୍ରପୂର୍ଣ୍ଣିମା ତିଥିରେ ଭାଗବତ ଜନ୍ମ ବା ଭାଗବତ ସପ୍ତାହ ପାଳିତ ହୋଇଯାଇଛି । ଗ୍ରାମ ମାନଙ୍କରେ ଥିବା ବିଭିନ୍ନ ମଠ ଓ ଭାଗବତ ଟୁଙ୍ଗୀରେ ଭାଗବତ ଜନ୍ମ ପାଳିତ ହୋଇଯାଇଛି । ଏହି ଅବସରରେ ସକାଳୁ ସକାଳୁ ଭଗବତ ଟୁଙ୍ଗୀ ଗୁଡିକରେ ଫୁଲ ଓ ଆମ୍ବଡାଳ ଓ କଦଳୀଗଛ ବନ୍ଦାଯାଇଥିଲା । ଭାଗବତ ପୁରାଣ ପୋଥିକୁ ନୁତନ ବସ୍ତ ପରିଧାନ କରାଯିବା ସହ ହୋମ ଓ ବିଭିନ୍ନ ଫଳମୂଳ ସହିତ ଖଇକୋରା, ଚୁଡାଘଷା ଆଦି କରାଯାଇ ଭୋଗ କରାଯାଇଥିଲା ।ସେହିପରି ସାଣ୍ଢରା ଶାସନ ଗ୍ରାମ ପଞ୍ଚାୟତର ଉତ୍ତରପଡା ଗ୍ରାମରେ ଭଗବତ ସନ୍ତାହ ପାଳିତ ହୋଇଯାଇଛି । ଏହି ଅବସରରେ ବିଭିନ୍ନ ସାଧୁସନ୍ଥ ମାନଙ୍କ ନେଇ ଏକ ଧର୍ମଚର୍ଚ୍ଚା ଅନୁଷ୍ଠିତ ହୋଇଯାଇଛି । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୦/୯/୨୦୨୧---୧୦,୨୫
Sakhigopal News, 20/9/2021