Breaking News

ବନଖଣ୍ଡ ଅଧିକାରୀଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ


ଓଡଗାଁ:-- ନୟାଗଡ଼ ବନଖଣ୍ଡ ଅଧିକାରୀ ତଥା ସମସ୍ତଙ୍କର ପ୍ରିୟ ଧନରାଜ. ଏଚଡି ଙ୍କୁ ସୋହମ ତରଫରୁ ଏକ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସମ୍ବର୍ଦ୍ଧନା ସଭା ରେ ନୟାଗଡ଼ ଜିଲ୍ଲା ର ଅନେକ ପରିବେଶ ପ୍ରେମୀ ଉପସ୍ଥିତ ଥିଲେ। 

    ଦର୍ଶନ ଅଧ୍ଯାପକ ବିଜୟାନନ୍ଦ ଶତପଥୀ ଙ୍କ ବେଦ ଗାନ ଓ ରେଣୁବାଳା ସୁବୁଦ୍ଧି ଙ୍କ ପରିବେଶ ଉପରେ ଆଧାରିତ ଏକ ସଂଗୀତ ଗାନ ପରେ ସଭା କାର୍ଯ୍ୟ  ଆରମ୍ଭ ହୋଇଥିଲା। ଉକ୍ତ ସମ୍ବର୍ଦ୍ଧନା ସଭା ରେ ବିଦାୟୀ ବନଖଣ୍ଡ ଅଧିକାରୀ ଧନରାଜ. ଏଚଡି ନିଜ ବକ୍ତବ୍ଯ ରେ ଭାବ ବିହ୍ୱଳ ହୋଇ ନୟାଗଡ଼ ପରିବେଶ ଓ ଜଂଗଲ ର ସୁରକ୍ଷା ପାଇଁ ନୟାଗଡ଼ ପରିବେଶ ପ୍ରେମୀ ମାନେ ସାହଯ୍ୟ କରିଥିବାରୁ ଭୂୟସୀ ପ୍ରଶଂସା କରିଥିଲେ। 
       
 ସମ୍ବର୍ଦ୍ଧନା ସଭା ରେ ନୟାଗଡ଼ ଗ୍ରୀନ ଆର୍ଥ ସଭାପତି ତଥା ଯନ୍ତ୍ରୀ ଆଦିତ୍ୟ ଦାସ ବନଖଣ୍ଡ ଅଧିକାରୀ ଧନରାଜ .ଏଚଡି ଙ୍କୁ ମାନପତ୍ର ପ୍ରଦାନ କରିଥିଲେ।ଉକ୍ତ ସମ୍ବର୍ଦ୍ଧନା ସଭା ରେ ମୁଖ୍ଯ ଅତିଥି ଭାବେ ବନଖଣ୍ଡ ଅଧିକାରୀ ଧନରାଜ. ଏଚଡି ଯୋଗଦେଇଥିବା ବେଳେ, ସମ୍ମାନିତ ଅତିଥି ଭାବେ ନୟାଗଡ଼ ବନ ସଂରକ୍ଷକ ସୁଶ୍ରୀ ଶ୍ୱେତାଲିନା ଯୋଗଦେଇଥିଲେ । ଏହା ସହ ଜଙ୍ଗଲ ସୁରକ୍ଷା ମହାସଂଘ ସଭାପତି ଶରତ ନାୟକ, ସମ୍ପାଦକ ନିତ୍ୟାନନ୍ଦ ପ୍ରଧାନ, ସଂଯୋଜକ ବିକ୍ରମ ନାୟକ, ନୟାଗଡ଼ ଜୋନ ସଭାପତି ଅକ୍ରୁର ବେହେରା, ବରିଷ୍ଠ ସଭ୍ଯ ଅନ୍ତର୍ଯ୍ୟାମୀ ମିଶ୍ର ତତ୍ସହିତ ଗଛ ସାର ଅନ୍ତର୍ଯ୍ୟାମୀ ସାହୁ ପ୍ରମୁଖ ପରିବେଶ ପ୍ରେମୀ ଅତିଥି ଗଣ ଉପସ୍ଥିତ ଥିଲେ। ଉକ୍ତ ସମ୍ବର୍ଦ୍ଧନା ସଭା କୁ କୁରାଳ ପରିବେଶ ପ୍ରେମୀ ସୁକାନ୍ତ ଚୌଧୁରୀ ସଂଯୋଜନା କରିଥିଲେ ଏବଂ ସୋହମ ସମ୍ପାଦକ କାମାକ୍ଷା ପ୍ରସାଦ ଦାସ ଅତିଥି ମାନଙ୍କୁ ଧନ୍ୟବାଦ ଦେଇଥିଲେ ।

ରିପୋର୍ଟ ଦିଲ୍ଲୀପ୍ କୁମାର ବିଶୋଇ, ଓଡ଼ଗାଁ
:-୧୯/୯/୨୧-----୬,୫୦ 
Sakhigopal News, 19/9/2021

Blog Archive

Popular Posts