ଡେଲାଙ୍ଗରେ ଉପନିର୍ବାଚନ ପାଇଁ ପ୍ରଶାସନ ପକ୍ଷରୁ ପ୍ଳାଂର୍ଗମାର୍ଚ୍ଚ =
ଡେଲାଙ୍ଗ ----- ପିପିଲି ଓ ଡେଲାଙ୍ଗରେ ନିର୍ବାଚନ ମଣ୍ଡଳୀରେ ଉପନିର୍ବାଚନ ଆସନ୍ତା ୩୦ ତାରିଖରେ ଅନୁଷ୍ଠିତ ହେବ । ଏଥିପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ବନ୍ଦୋବସ୍ଥ ସରିଛି । ନିର୍ବାଚନ କିପରି ଶାନ୍ତି ଶୃଙ୍ଖଳା ସହିତ କରାଯିବ ସେଥିପାଇଁ ଆଜି ଡେଲାଙ୍ଗ ପ୍ରଶାସନପକ୍ଷରୁ ଡେଲାଙ୍ଗ ଷ୍ଟେସନ ବଜାର, ହାଟବଜାର, ବାୟାବଜାର ,ବେରବୋଇ ଛକ ସହିତ ବିଭିନ୍ନ ବଜାର ଓ ଛକ ମାନଙ୍କରେ ପ୍ଳାଂଗମାର୍ଚ୍ଚ କରାଯାଇଛି । ଏହି ପ୍ଳାଂଗମାର୍ଚ୍ଚରେ ଡେଲାଙ୍ଗ ତହସିଲଦାର ମହେନ୍ଦ୍ର ବଡାଇ, ବିଡିଓ ସନ୍ତୋଷ ଷଡଙ୍ଗୀ ଓ ଆଇଆଇସି ରଶ୍ମି ରଞ୍ଜନ ପଟ୍ଟନାୟକଙ୍କ ସହିତ ଚାରି ପ୍ଳାଟୁନ ଫୋର୍ସଙ୍କୁ ନେଇ ପ୍ଳାଂଗମାର୍ଚ୍ଚ କରାଯାଇଥିଲା । ନିର୍ବାଚନ ସମୟରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ଓ କରୋନା ଆଇନ ମାନି ସବୁ ସମୟରେ ମାସ୍କ ବ୍ୟବହାର କରିବା ପାଇଁ ଜଣସାଧାରଣଙ୍କୁ ସଚେତନତା କରାଯାଇଥିଲା ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୦/୯/୨୦୨୧----୧୦,୦୦
Sakhigopal News, 20/9/2021