Breaking News

ଖୋର୍ଦ୍ଧା ରୋଡ ଡେଲି ପାସେଞ୍ଜର ଆସୋସିଏସନ ତରଫରୁ ଦାବି ପତ୍ର ପ୍ରଦାନ


ଜଟଣୀ----- ଜୀବିକା ଉପାର୍ଜନ ସହିତ ଯୋଡି ହେବାପାଇଁ ଭାରତୀୟ ରେଳବାଇର ପ୍ରମୁଖ ଭୂମିକା ଅଛି।  ସରକାରୀ ବେସରକାରୀ ଚାକିରିଆ, ଓକିଲ, ନିର୍ମାଣ ଶ୍ରମିକ, ଚିକିତ୍ସା ପାଇଁ ହସପିଟାଲକୁ ଯାଉଥିବା ଜନସାଧାରଣ, ଛାତ୍ର ଛାତ୍ରୀ ରେଳ ଭଡାଠାରୁ ଢେର ଅଧିକ ଭଡା ବାବଦକୁ ସଡକପଥରେ ଦୈନିକ ୫୦ ରୁ ୧୦୦ ଟଙ୍କା ଖର୍ଚ୍ଚ କରି ଯାତାୟତ କରିବା ଅତ୍ୟନ୍ତ କଷ୍ଟକର ହୋଇ ପଡିଛି। ସରକାର ବସ ଚଳାଚଳ ପାଇଁ ଅନୁମତି ପ୍ରଦାନ କରିଛନ୍ତି।କିନ୍ତୁ ଡେଲି ପାସେଞ୍ଜର ଟ୍ରେନ ଚଳାଚଳ ପାଇଁ ଅନୁମତି ମିଳିନାହିଁ । ମାତ୍ର ବସଠାରୁ ଗୋଟିଏ ରେଳବଗି ଅତ୍ୟନ୍ତ ପ୍ରଶସ୍ତ। ଦ୍ୱିତୀୟରେ ରେଳବାଇ ଗୋଟିଏ ଦୁଇଟି ସ୍ପେଶାଲ ଟ୍ରେନ୍ ଚଳାଇ ପୂର୍ବ ଭଡାଠାରୁ ୫/୬ ଗୁଣ ଅଧିକ ଭଡା ନେଉଛି ଯେତେବେଳେ କୋଭିଡ୍ -୧୯ ଯୋଗୁଁ ଅନେକ ଚାକିରି ଓ ବୃତ୍ତି ହରାଇବା ସହିତ ରୋଜଗାର  କମିଛି। କୋଭିଡ୍ ପୂର୍ବ ଭଳି ସମସ୍ତ ଡେଲି ପାସେଞ୍ଜର ଟ୍ରେନ୍ ଚଳାଚଳ ଆରମ୍ଭ କରିବା, ପ୍ରତ୍ୟେକ ରେଳ ଷ୍ଟେସନରେ ଦୈନିକ ଓ ମାସିକିଆ ସିଜିନ୍ ଟିକଟ ବିକ୍ରି କରିବା ପାଇଁ ମାନ୍ୟବର ରେଳମନ୍ତ୍ରୀଙ୍କୁ ଷ୍ଟେସନ ମାଷ୍ଟରଙ୍କ ଜରିଆରେ ଦାବି ପତ୍ର ଖୋର୍ଦ୍ଧା ରୋଡ ଡେଲି ରେଳ ପାସେଞ୍ଜର ଆସୋସିଏସନ ତରଫରୁ ପ୍ରଦାନ କରାଯାଇଅଛି। ଅନ୍ୟ ରାଜ୍ୟରେ ଡେଲି ପାସେଞ୍ଜର ଟ୍ରେନ୍ ଚଳାଚଳ ସ୍ବାଭାବିକ ହୋଇଥିବା ବେଳେ ଓଡ଼ିଶାରେ ତୁରନ୍ତ ଚଳାଚଳ ଆରମ୍ଭ କରିବାକୁ ଦାବି କରାଯାଇଛି । ନଚେତ ଆନ୍ଦୋଳନକୁ ଓହ୍ଲାଇବାକୁ ଜନସାଧାରଣ ଓ ଛାତ୍ର ଛାତ୍ରୀ ବାଧ୍ୟ ହେବେ ବୋଲି ଫେଡେରେସନ ଅଫ୍ ଡେଲି ପାସେଞ୍ଜର ଆସୋସିଏସନସ୍, ଖୋର୍ଦ୍ଧା ରୋଡ, ଓଡ଼ିଶାର ରାଜ୍ୟ ସଂଯୋଜକ ରାମଶଙ୍କର ପ୍ରକାଶ କରିଛନ୍ତି ।  ଖୋର୍ଦ୍ଧା ରୋଡ ଡେଲି ରେଳ ପାସେଞ୍ଜର ଆସୋସିଏସନର ସଭାପତି ଅର୍ଜୁନ ଚରଣ ସାମନ୍ତରାୟ, ଜଟଣୀ ଲୟର୍ସ ଆସୋସିଏସନ ସଭାପତି ସୁଶୀଲ କୁମାର ମହାନ୍ତି, ଯୁଗ୍ମ ସମ୍ପାଦକ ପ୍ରଦୀପ କୁମାର ମହାନ୍ତି, ପ୍ରଭୁରାମ ପାତ୍ର, ନିରଞ୍ଜନ ବେହେରା, ସାମାଜିକ କର୍ମୀ ଟୁନା ମିଶ୍ର, ରବିନ୍ଦ୍ର ମହାପାତ୍ର, ପପୁ ବାରିକ ଏହି କାର୍ଯ୍ୟକ୍ରମକୁ ଆୟୋଜିତ କରିଥିଲେ।

ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୨୬/୯/୨୦୨୧--୭,୨୦
 Sakhigopal News ,26/9/2021

Blog Archive

Popular Posts