Breaking News

>>
  • ଜଟଣୀ ପୌରପରିଷଦ ପକଳ୍ପ ନାମରେ ହରିଲୁଟ
  • >>
  • ଭଞ୍ଜନଗର ରୋଟାରୀ କ୍ଳବର ୧୮ ତମ ଅଧିଷ୍ଠାନ ଦିବସ ପାଳିତ
  • >>
  • ଗାଲେରୀ ପାଠଶାଳାର ତୃତୀୟ ବାର୍ଷିକ ଉତ୍ସବ ପାଳିତ
  • >>
  • ୟୁବି ହାଇସ୍କୁଲରେ ବନ ମହୋତ୍ସବ ପାଳନ : “ଏକ୍ ପେଡ୍ ମାଁ କେ ନାମ୍ “ ଅନୁଷ୍ଠିତ
  • >>
  • ତ୍ୟାଗମୟ ଜୀବନ ଏକ ଆଦର୍ଶ, ଦୟାନନ୍ଦଙ୍କ ଜୀବନ ଦର୍ଶନ ମାଟି ପାଇଁ ଏକ ଉପାଦାନ
  • >>
  • ସାକ୍ଷୀଗୋପାଳ - ମନ୍ଦିର ରାସ୍ତାରେ ରେଳ ଓଭରବ୍ରିଜ ନିର୍ମାଣ ପାଇଁ ପୁଣି ଜମି ଅଧିଗ୍ରହଣ ପାଇଁ ସର୍ଭେ ଆରମ୍ଭ
  • >>
  • ରାଷ୍ଟ୍ର ନିର୍ମାଣରେ ଯୁବ ପ୍ରସ୍ତୁତି ପ୍ରଶିକ୍ଷଣ ଶିବିର ;ସ୍ୱାସ୍ଥ୍ୟ ପ୍ରତି ଯତ୍ନ ହୁଅ
  • >>
  • ସିଏସବି ଜିଲ୍ଲା ସ୍କୁଲରେ ସମ୍ବର୍ଦ୍ଧନା ଓ ମାର୍ଗଦର୍ଶନ କାର୍ଯ୍ୟକ୍ରମ
  • >>
  • ଖୋର୍ଦ୍ଧା ରୋଡ୍ ରେଳ ମଣ୍ଡଳ ପକ୍ଷରୁ ବିଶ୍ୱ ଜନସଂଖ୍ୟା ଦିବସ ପାଳିତ
  • >>
  • ଅଗ୍ନି ବିପନ୍ନଙ୍କୁ ଗୃହ କାଯ୍ୟାଦେଶ ବଣ୍ଟନ କଲେ ବିଧାୟକ
  • >>
  • ଆଇଆଇଏମ୍ ସମ୍ବଲପୁର ପକ୍ଷରୁ ଜାତୀୟ ଡିଜିଟାଲ୍ ଲାଇବ୍ରେରି କର୍ମଶାଳା ଆୟୋଜିତ
  • >>
  • ଜନ୍ମ ଦିନରେ ରକ୍ତ ଦାନ ଶିବିର ୪୩ ୟୁନିଟ୍ ସଂଗୃହୀତ
  • >>
  • କୁଦିଆରି ଆରଆଇ କାର୍ଯ୍ୟାଳୟ ଅନ୍ୟତ୍ର ସ୍ଥାନାନ୍ତରିତକୁ ନେଇ ଆନ୍ଦୋଳନ ପାଇଁ ସଜବାଜ
  • >>
  • ଏକ କୋଟି ରୁ ଅଧିକ ଟଙ୍କାର ରୂପା ଜବତ
  • >>
  • ଧନୁପାଲି ଶିଶୁ ବିଦ୍ୟାମନ୍ଦିର ପରିସରରେ ଗୁରୁ ପୂର୍ଣ୍ଣିମା ଦିବସ ପାଳିତ
  • ଡେଲାଙ୍ଗରେ କଂଗ୍ରେସର ବ୍ଳକ ସ୍ତରୀୟ କର୍ମୀ ସମ୍ମଳନୀ

     ଡେଲାଙ୍ଗ ----ଡେଲାଙ୍ଗ କୋଠବାଡ ପଞ୍ଚାୟତର ରାମଚନ୍ଦ୍ରପୁର ଗ୍ରାମ ଠାରେ କଂଗ୍ରେସର ବ୍ଳକ ସ୍ତରୀୟ କର୍ମୀ ସମ୍ମଳନୀ ଅନୁଷ୍ଠିତ ହୋଇଯାଇଛି । ପିପିଲି ଉପନିର୍ବାଚନ ବୈତରଣୀପାରି ହେବା ପାଇଁ କଂଗ୍ରେସ ନେତାଙ୍କ ଠାରୁ କର୍ମୀ ମାନେ ଏକାଠି ହୋଇଥିଲେ । କର୍ମୀ ମାନଙ୍କ ମନବଳ ବଡଇବାକୁ ନେତା ମାନେ ବିଭିନ୍ନ ଗୁରୁମନ୍ତ୍ର ଦେଇଛନ୍ତି । ବ୍ଳକ କଂଗ୍ରେସ ସଭାପତି ରବିନ୍ଦ୍ର କୁମାର ଦାସ ଉକ୍ତ ସଭାରେ ଅଧ୍ୟକ୍ଷତା କରିଥିଲେ । ପ୍ରଦେଶ କଂଗ୍ରେସ କମିଟିର ସଭାପତି ନିରଞ୍ଜନ ପଟ୍ଟନାୟକ, କାର୍ଯ୍ୟକାରୀ ସଭାପତି ଚିରଞ୍ଜିବି ବିଶ୍ୱାଳ, ଏଆଇସିସି ସାଧାରଣ ସମ୍ପାଦକ ରୁଦ୍ର ରାଜୁ, ଅଶୋକ ଦାସ, ନାରାୟଣ ଜେନା, ପର୍ଯ୍ୟବେକ୍ଷକ ତଥା ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା, ଜିଲ୍ଲା ପ୍ରଭାରୀ ରମାବଲ୍ଲଭ ରଥ, ପ୍ରାକ୍ତନ ବିଧାୟକ ବିପିନି ଦାସ, କଂଗ୍ରେସର ମୁଖପାତ୍ର ନିଶିକାନ୍ତ ମିଶ୍ର, ପ୍ରଦେଶ କଂଗ୍ରେସ କମିଟିର ମହିଳା ସମ୍ପାଦିକା ନିରୁପମା ପାତ୍ର, ବିଧାୟକ ଭୁଜବଳ ମାଝି ପ୍ରମୁଖ ଏହି କର୍ମୀ ସମ୍ମଳନୀରେ ଯୋଗ ଦେଇଥିଲେ । ରାଜ୍ୟ ସକରାରଙ୍କ ବିଫଳତା ସମ୍ପର୍କରେ ଯୋଗ ଦେଇଥିବା କଂଗ୍ରେସର ନେତା ମାନେ କର୍ମୀ ମାନଙ୍କୁ  କହିଥିଲେ । କଂଗ୍ରେସର ସାଂଗଠନିକ ସ୍ଥାଣୁତା, ତଥା ରାଜ୍ୟ ସ୍ତରୀୟ ନେତୃବୃନ୍ଦଙ୍କ ଅପରାଗତ ଓ ନିଷ୍ପୟତାସମ୍ପର୍କରେ କର୍ମୀମାନେ କହିଥିଲେ । ତେବେ ସମସ୍ତ ଭେଦଭାବ ଭୁଲି ଅଗାମୀ ନିର୍ବାଚନରେ ଦଳୀୟ ପ୍ରାର୍ଥୀ ବିଶ୍ୱକେଶନ ହରିଚନ୍ଦନ ମହାପାତ୍ରଙ୍କୁ ପିପୁଳ ସଂଖ୍ୟାରେ ଭୋଟ ଦେଇ ଜୟଯୁକ୍ତ କରିବାକୁ କଂଗ୍ରେସର ନେତୃବୃନ୍ଦ କର୍ମୀ ମାନଙ୍କୁ ନିବେଦନ କରିଥିଲେ । ବିଶ୍ୱରଞ୍ଜନ ବଳବନ୍ତରାୟ, ଦେବ ପ୍ରସାଦ ରାଉତରାୟ, ଲକ୍ଷ୍ମୀଧର ପ୍ରଧାନ, ପ୍ରହଲ୍ଳାଦ ପ୍ରଧାନ ପ୍ରମୁଖ କଂଗ୍ରେସ କର୍ମୀ ମାନେ ଯୋଗ ଦେଇଥିଲେ । ଡେଲାଙ୍ଗ- ପିପିଲି ନିର୍ବାଚନ ମଣ୍ଡଳୀର ବିକାଶ ପାଇଁହାତ ଚିହ୍ନରେ ଭୋଟ ଦେଇ ଜୟଯୁକ୍ତ କରିବା ପାଇଁ ପ୍ରାର୍ଥୀ ବିଶ୍ୱକେଶନ ହରିଚନ୍ଦନ ମହାପାତ୍ର କର୍ମୀ ସମ୍ମଳନୀରେ ଉପସ୍ଥିତ ଥିବା କର୍ମୀ ମାନଙ୍କୁ  ନିବେଦନ କରିଥିଲେ ।

     ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, =୨୧/୯/୨୦୨୧-=୧୦,୨୧

      Sakhigopal News, 21/9/2021

    Blog Archive

    Popular Posts