ଡୁଙ୍ଗୁରି ପାଲି ଠାରେ ୭୩ ତମ ସୁଭାଷ ବାଗ ଜୟନ୍ତୀ ପାଳିତ
ବରଗଡ଼-- ଭେଡେନ ବ୍ଲକ ର ରେମଣ୍ଡା ପଞ୍ଚାୟତର ଡୁଙ୍ଗୁରି ପାଲି ଠାରେ ୭୩ ତମ ସୁଭାଷ ବାଗ ଜୟନ୍ତୀ ପାଳିତ ହୋଇଯାଇଛି । କାର୍ଯ୍ଯକ୍ରମରେ ମୁଖ୍ୟ ଅତିଥି ଭାବରେ ରେମଣ୍ଡା ହାଇସ୍କୁଲର ଖେଳ ଶିକ୍ଷକ ତଥା ବେତାର ଶିଳ୍ପୀ ଶ୍ରୀ ପର୍ଶୁରାମ ପାତ୍ର , ଶିକ୍ଷକ ଶ୍ରୀ ସଦାନନ୍ଦ ଗରିଆ ଏବଂ ଭେଡେନ ଯାଦବ ସମାଜର ସମ୍ପାଦକ ଶ୍ରୀ ସୋମନାଥ ଭୋଇ ଯୋଗ ଦେଇଥିଲେ । ଏହି ଅବସରରେ ଗ୍ରାମ୍ଯ କମିଟି ର ସମସ୍ତ ସଦସ୍ଯ ଏବଂ ସମସ୍ତ ଗ୍ରାମବାସୀ ଉପସ୍ଥିତ ଥିଲେ । ସମାଜସେବୀ ସ୍ବର୍ଗତ ସୁବାଷ ବାଗ ଙ୍କ ନୀତି ଆଦର୍ଶ ତଥା ସମାଜ ପ୍ରତି ତାଙ୍କର ନିଃସ୍ବାର୍ଥପର ଅବଦାନ ବିଷୟରେ ସମସ୍ତ ଅତିଥି ତଥା ବକ୍ତା ମାନେ ବକ୍ତବ୍ଯ ରଖିଥିଲେ । ତାଙ୍କର ସମସ୍ତ ଗୁଣକୁ ଆପଣେଇ ନିଜକୁ ଏକ ଭଲ ମଣିଷ ହେବା ସହିତ ଏକ ସୁସ୍ଥ ସମାଜ ଗଠନ କରିବା ଦିଗରେ ପ୍ରୟାସ କରିବା ପାଇଁ ଅନୁରୋଧ କରିଥିଲେ । ସ୍ବର୍ଗତ ସୁବାଷ ବାଗ ଙ୍କ ଜ୍ୟେଷ୍ଠ ପୁତ୍ର ତଥା ସୁବାଷ ମେମୋରିଏଲ ଟ୍ରଷ୍ଟ ର ସଭାପତି ରାଜେନ୍ଦ୍ର ବାଗ