Breaking News

ମନ୍ଦିର କାର୍ଯ୍ୟ ବେଳେ ଅଘଟଣ,କାନ୍ଥ ପଡି ଯୁବକର ଅକାଳ ମୁର୍ତ୍ୟୁ



ଜଟଣୀ --ଆଜି ସନ୍ଧ୍ୟାରେ ଅରୁଗୁଳୁ ଗ୍ରାମର ମାଆ ବରୁଣେଇ ମନ୍ଦିରରେ ଘଟିଛି ଏକ ଅଘଟଣ। ବରୁଣେଇ ପୀଠରେ ଥିବା ଏକ ପୁରାତନ କୋଠ ଘରକୁ ଭାଙ୍ଗି ନୂତନ ଗୃହ ନିର୍ମାଣ କାମ ସ୍ଥାନୀୟ ବରଅରା ଗ୍ରାମର ଭାସ୍କର ମହାରଣାଙ୍କ ୩୫ ବର୍ଷୀୟ ପୁତ୍ର ମହେଶ୍ୱର ମହାରଣା ରାଜମିସ୍ତ୍ରୀ ରୂପେ ଗୃହର ପୁରାତନ ଲୁହା ଫାଟକ ବାହାରକରୁଥିବା ସମୟରେ ସହାୟତା କାନ୍ଥ ହଠାତ ଯୁବକ ଉପରେ ମାଡି ବସିଥିଲା । କାନ୍ଥଟି ପଡିଯିବା ଫଳରେ ସେଥିରୁ ଖଣ୍ଡେ ଇଟା ମୁଣ୍ଡ ମଧ୍ୟରେ ଗଳି ଯାଇଥିଲା । ଏହି ଘଟଣା ଦେଖି ସ୍ଥାନୀୟ ଲୋକେ ସଙ୍ଗେ ସଙ୍ଗେ ଯୁବକକୁ ଜଟଣୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୂର୍ତ ଘୋଷଣା କରିଥିଲେ । ସେଠାରେ ଜଟଣୀ ପୋଲିସ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ଖୋର୍ଦ୍ଧା ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ । ଜଟଣୀ ପୋଲିସ ଏହିଘଟଣାର ତଦନ୍ତ ଜାରି ରଖିଛି ।
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୨୧/୯/୨୦୨୧----୧୧,୫୫
 Sakhigopal News,21/9/2021

Blog Archive

Popular Posts