ତାରସିଂ ପଞ୍ଚାୟତ ଠାରେ ସ୍ଥ୍ମଛ ଭାରତ ମିଶନ୍ କାର୍ଯ୍ୟକ୍ରମ
ଭଞ୍ଜନଗର-ଜଗନ୍ନାଥପ୍ରସାଦ ବ୍ଲକ ତାରସିଂ ପଞ୍ଚାୟତ କାର୍ଯ୍ୟଳୟ ପରିସରରେ ଥିବା ରାଜୀବ ସେବା କେନ୍ଦ୍ରରେ ସ୍ଥ୍ମଛ ଭାରତ ମିଶନ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଜଗନ୍ନାଥପ୍ରସାଦ ଗୋଷ୍ଠି ଉନ୍ନୟନ ଅଧିକାରୀ ଅନୂପ ପଣ୍ଡା ଯୋଗଦେଇ ଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ତାରସିଂ ସରପଞ୍ଚ ଲିପିକା ସ୍ବାଇଁ,ସମିତି ସଭ୍ୟ ଶ୍ରୀକାନ୍ତ ଦଳବେହେରା,ଓ ଜିଲ୍ଲା ପରିଷଦ ପ୍ରତିନିଧି ରଙ୍କନିଧି ପାତ୍ର ,ପଞ୍ଚାୟତ କାର୍ଯ୍ୟ ନିବାର୍ହ ଅଧିକାରୀ ବୈକୃଷ୍ଟ ବିହାରୀ ପ୍ରଧାନ ମଞ୍ଚାସୀନ ରହିଥିଲେ । ସମସ୍ତ ଅଙ୍ଗନବାଡି କର୍ମ ଓ ଆଶାକର୍ମୀ ,ସ୍ବାସ୍ଥ୍ୟକର୍ମ ଓ ବ୍ୟବସାୟୀ ମାନେ ଉପସ୍ଥିତ ରହିଥିଲେ । ଏହିକାର୍ଯ୍ୟକ୍ରମର ମୂଳ ଊଦେଶ୍ୟ ଉକ୍ତ ଅଞ୍ଚଳକୁ ସଫାସୁତୁରା ରଖିବା ସହ ସମସ୍ତ ଛୋଟ ବଡ ଦୋକାନ ମାନଙ୍କୁ ଡଷ୍ଟବିନ ବଣ୍ଟନ କରାଯାଇଥିଲା ।ଏହା ସହ ୪ଟି ସ୍ଥାନରେ ନିଆଁ ଲିଭା ଯନ୍ତ୍ର ମଧ୍ୟ ବଣ୍ଟନ କରାଯାଇଥିଲା ଏହି କାର୍ଯ୍ୟକ୍ରମକୁ ଜିତୁ ପ୍ରଧାନ ପରିଚାଳନା କରିଥିଲେ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୩/୯/୨୦୨୧----୫,୧୫
Sakhigopal News,23/9/2021