Breaking News

ଓଡ଼ଗାଁ ଏନ୍ଏସି ଓ ବ୍ଲକ ଯୁବ ବିଜେଡି କର୍ମକର୍ତ୍ତା ଘୋଷିତ


ଓଡ଼ଗାଁ: ବିଜୁ ଯୁବ ଜନତା ଦଳ ଓଡ଼ଗାଁ ଏନ୍ଏସି ଏବଂ ବ୍ଲକର କର୍ମକର୍ତ୍ତାଙ୍କ ନାମ ଘୋଷଣା କରାଯାଇଛି ।
ନୟାଗଡ଼ ବିଧାୟକ ତଥା ରାଜ୍ୟ କୃଷି ,କୃଷକ ସଶକ୍ତିକରଣ ଓ ଉଚ୍ଚ ଶିକ୍ଷା ମନ୍ତ୍ରୀ ଡ଼ ଅରୁଣ କୁମାର ସାହୁଙ୍କ ପରାମର୍ଶକ୍ରମେ ବିଜୁ ଯୁବ ଜନତା ଦଳର ଆବାସିକ କାର୍ଯ୍ୟାଳୟ ପରିସରରେ ଓଡ଼ଗାଁ ବ୍ଲକ ଓ ଏନ୍ଏସିର କର୍ମକର୍ତ୍ତାଙ୍କ ନାମ ଘୋଷଣା କରିଛନ୍ତି  ଜିଲ୍ଲା ବିଜୁ ଯୁବ ଜନତା ଦଳ ସଭାପତି ସଭାପତି ରମେଶ କୁମାର ସାହୁ । ନୟାଗଡ଼ ନିର୍ବାଚନମଣ୍ଡଳୀ ଓଡ଼ଗାଁ ବ୍ଲକ ଅଧୀନରେ ଥିବା ୧୮ଟି ପଞ୍ଚାୟତର ବିଜୁ ଯୁବ ଜନତା ଦଳର କର୍ମକର୍ତ୍ତା ଓ ପଞ୍ଚାୟତ ସଭାପତି ,ସାମାଜିକ  ଗଣମାଧ୍ୟମ  କର୍ମକର୍ତ୍ତା ଓ ଓଡ଼ଗାଁ ଏନ୍ଏସି ଅଧୀନରେ ଥିବା ୧୫ଟି  ୱାର୍ଡ ସଭାପତି ,ସାମାଜିକ ଗଣମାଧ୍ୟମ କର୍ମକର୍ତ୍ତାଙ୍କ ନାମ ଘୋଷଣା କରାଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଓଡ଼ଗାଁ ବ୍ଲକ ବିଜୁ ଯୁବ ଜନତା ଦଳ ସଭାପତି ଅର୍ଜୁନ ସାହୁ ,ଏନ୍ଏସି ସଭାପତି ପ୍ରଭାତ ଅଧିକାରୀ ,ବ୍ଲକ ଉପସଭାପତି ଅଶୋକ କୁମାର ନାୟକ ,କାହ୍ନୁ ଚରଣ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ। ଆଗାମୀ ଦିନରେ ଓଡ଼ଗାଁ ବ୍ଲକ ଏବଂ ଏନ୍ଏସି ଅଞ୍ଚଳରେ ଯୁବ ବିଜେଡି ସଂଗଠନଙ୍କୁ  ମଜବୁତ କରାଯିବ ସେ ସମ୍ପର୍କରେ ଆଲୋଚନା କରାଯାଇଥିଲା ।
 ଓଡଗାଁ ରୁ ଦିଲ୍ଲୀପ କୁମାର ବିଶୋଇଙ୍କ ରିପୋର୍ଟ
:-୨୫/୯/୨୧---- ୬,୪୦ 
Sakhigopal News,25/9/2021

Popular Posts