Breaking News

ଡେଲାଙ୍ଗ- ପିପିଲିରେ ଉପନିର୍ବାଚନ ପ୍ରଚାର ଶେଷ; ତେଇଶିପୁର ଠାରେ ବିଜେପି କର୍ମୀ ମିଶିଲେ ବିଜେଡିରେ


  ପିପିଲି--- ପିପିଲି ଉପନିର୍ବାଚନ ଶେଷ ଦିବସରେ  ପିପିଲି ବ୍ଳକର ତେଇଶିପୁର ଓ ଯଶୁଆପୁରରେ ବିଜେଡିର ମହିଳା ଓ ପୁରୁଷ କର୍ମୀ ମାନେ ଘରକୁ ଘର ବୁଲି ଶେଷ ଦିନରେ ତାଙ୍କର ପିୟ ଦିବଂଗତ ପ୍ରଦୀପ ମହାରଥୀଙ୍କ ସୁପୁତ୍ର ରୁଦ୍ର ପ୍ରତାପ ମହାରଥୀଙ୍କୁ ଶଙ୍ଖ ଚିହ୍ନରେ ଭୋଟ ଦେବା ପାଇଁ ପ୍ରଚାର କରିଥିବାର ଦେଖାଯାଇଥିଲା । ପିପିଲି ବ୍ଳକର ତେଇଶିପୁର ଗ୍ରାମ ମନ୍ଦିର ଠାରୁ ଚାନ୍ଦାବାଲି ବିଧାୟକ ବେମକେଶ ରାୟ , ଗଣଶିକ୍ଷା ମନ୍ତ୍ରୀ ସମିର ଦାସ, ରାଜ୍ୟ କ୍ଷୁଦ୍ର ନିଗମ ଅଧ୍ୟକ୍ଷ ଚିନ୍ମୟ ସାହୁ, ଯୁବ ବିଜେଡି ସଭାପତି ରାଜେଶ ଦାସ , ପିପିଲି ବ୍ଳକର ଆତ୍ମାର ସଭାପତି ଧରଣୀ ଧର ସାହୁ, ପୂର୍ବତନ ବ୍ଳକ ଅଧ୍ୟକ୍ଷ ଗଦାଧର ଦାସଙ୍କ ନେତୃତ୍ୱରେ ଶତାଧିକ ବିଜେଡି ମହିଳା କର୍ମୀ ଓ ଯୁବକ ମାନେ ହାତରେ ଶଙ୍ଖପତାକା ଧରି ତେଇଶିପୁର ଗ୍ରାମର ବିଭିନ୍ନ ଗ୍ରାମକୁ ଯାଇ ରୁଦ୍ର ମହାରଥୀଙ୍କ ପାଇଁ ଭୋଟ ଦେବା ପାଇଁ ପ୍ରଚାର କରିଥିଲେ । ସେହିପରି ଯଶୁଆପୁର ଗ୍ରାମ ପଞ୍ଚାୟତରେ ପୂର୍ବତନ ମନ୍ତ୍ରୀ ଅତୁନ୍ୟ ସବ୍ୟସାଚୀ ନାୟକ ଓ ଯଶୁଆପୁର ଗ୍ରାମ ପଞ୍ଚାୟତର ଯୁବ ବିଜେଡି କର୍ମୀ ମଣ୍ଟୁ ବରାଳଙ୍କ ସହିତ ମହିଳା ଓ ପୁରୁଷ କର୍ମୀ ମାନେ ପ୍ରଚାରରେ ସାମିଲ ହୋଇଥିବାର ଦେଖାଯାଇଥିଲା ।
ପିପିଲିରୁ ବିଜୟ କୁମାର ମହାପାତ୍ର, ୨୭/୯/୨୦୨୧---=୯,୧୦  Sakhigopal News, 27/9/2021--9,10


Blog Archive

Popular Posts