ହଜିଥିବା ମନିଫର୍ସ ସରପଞ୍ଚଙ୍କ ଯୋଗୁଁ ଫେରି ପାଇଲେ ବନରକ୍ଷୀ
ଭଞ୍ଜନଗର--ଏବେବି ଏମିତି ମଣିଷ ଅଛନ୍ତି ରାସ୍ତା ରେ ପଡିଯାଇଥିବା କିଛି ଦାମୀ ଜିନିଷ କିମ୍ବା ଜରୁରୀ କାଗଜପତ୍ର ପାଇବା ପରେ ସେଥିରେ ଲୋଭାଶକ୍ତ ନହୋଇ ଠିକଣା ଲୋକ ପାଖରେ ପହଞ୍ଚାଇଥାନ୍ତି । ଠିକ୍ ସେମିତି ଏକ ଘଟଣା ନଜର କୁ ଆସିଛି କୁଲାଡ ଗାଁ ନିକଟରେ । ଜଣେ ବନ କର୍ମଚାରୀଙ୍କ ଅସାବଧାନତା ବଶତଃ ମନିପର୍ସ ବାଟରେ ପଡ଼ିଯାଇଥିଲାା। ସ୍ଥାନୀୟ ସରପଞ୍ଚ ମନିପର୍ସ ପାଇ ଫେରାଇ ମାନବିକତାର ପରିଚୟ ଦେଖାଇଲେ ନିକଟସ୍ଥ ତୁରୁମୁ ପଞ୍ଚାୟତର ସରପଞ୍ଚ ରବିନ୍ଦ୍ର କୁମାର ପ୍ରଧାନ । ସୂଚନା ପ୍ରକାରେ କୁଲାଡ ଠାରେ ଥିବା ପେଟ୍ରୋଲ ଫମ୍ପ ନିକଟରୁ ଏକ ମନିପର୍ସ ପାଇଥିଲେ ସରପଞ୍ଚ ଶ୍ରୀ ପ୍ରଧାନ । ସେଥିରେ ଏଟିଏମ କାର୍ଡ,ଗାଡିର ଡ୍ରାଇଭର ଲାଇସେନ୍ସ କାର୍ଡ ସହିତ ଜରୁରୀ କାଗଜପତ୍ର ଯାଞ୍ଚ କରିବା ପରେ ଜାଣିବାକୁ ପାଇଥିଲେ ସଂପୃକ୍ତ ପର୍ସ ଟି ଉତ୍ତର ଘୁମୁସର ମୁଜାଗଡ ବନାଞ୍ଚଳ ରେ କାର୍ଯ୍ୟରତ ବନରକ୍ଷୀ ଅଶୋକ ଚନ୍ଦ୍ର ସେଠୀଙ୍କର । ଏହା ଜାଣିବା ପରେ ବଡକୋଦଣ୍ଡା ଗ୍ରାମର ସରପଞ୍ଚଙ୍କୁ ଏ ସମ୍ପର୍କରେ ଜଣାଇଥିଲେ । ଖବର ପାଇ ସଂପୃକ୍ତ ବନରକ୍ଷୀ ଜଣକ ସରପଞ୍ଚ ଶ୍ରୀ ପ୍ରଧାନ ଙ୍କୁ ଭେଟି , ତାଙ୍କର ପର୍ସ ଓ ଜରୁରୀ କାଗଜପତ୍ର ଗ୍ରହଣ କରିଥିଲେ । ନିଜର ହଜିଯାଇଥିବା ମନିପର୍ସ ଜରୁରୀ କାଗଜପତ୍ର ପାଇ ସରପଞ୍ଚ ଙ୍କୁ ଧନ୍ୟବାଦ ଜଣାଇବା ସହ ତାଙ୍କ ମାନବିକତାକୁ ପ୍ରଶଂସା କରିଥିଲେ ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୩/୯/୨୦୨୧----୪,୫୫
Sakhigopal News,23/9/2021