Breaking News

ଭୂମିହୀନ ପରିବାରଙ୍କୁ ସହଯୋଗର ହାତ ବଢ଼ାଇଲା ମହାତ୍ମାଗାନ୍ଧୀ ଓ ଲାଲବହାଦୁର ଶାସ୍ତ୍ରୀ ସ୍ମୃତି କମିଟି



ଜଟଣୀ ---ଜଟଣୀ ପୌରପରିଷଦ ଅନ୍ତର୍ଗତ ରେଳବାଇ କଲୋନୀରେ ଦୀର୍ଘଦିନ ଧରି ବସବାସ କରୁଥିବା କିଛି ନିରୀହ ଭୂମିହୀନ ଝୁମ୍ପୁଡି ବାସିନ୍ଦାଙ୍କ ଉପରେ ପଡିଛି ଅକାଳ ଚଡକ । ସ୍ଥାନୀୟ ପୂର୍ବତଟ ଖୋର୍ଦ୍ଧାରୋଡ଼ ମଣ୍ଡଳ ପକ୍ଷରୁ ରେଳବାଇ ପରିଷରରେ ବସବାସ କରୁଥିବା ଝୁମ୍ପୁଡି ବାସିନ୍ଦାଙ୍କୁ  ଉଛେଦ ପାଇଁ ନୋଟିସ ଜାରି କରିଥଲେ ।  ଏହି ପରିପ୍ରେକ୍ଷୀରେ ଝୁମ୍ପୁଡି ବାସିନ୍ଦା ମାନଙ୍କ ଥଇଥାନ ପାଇଁ ବୁଭିନ୍ନ ରାଜନୈତିକ ଦଳ ଏବଂ ସାମାଜିକ ଅନୁଷ୍ଠାନ ମାନଙ୍କ ତରଫରୁ ରେଳବାଇ ମଣ୍ଡଳ ପ୍ରବନ୍ଧକଙ୍କୁ ଝୁମ୍ପୁଡି ଉଛେଦ ସ୍ଥଗିତ ରଖିବା ପାଇଁ ଅବଗତ କରାଇଥିଲେ । ବାରମ୍ବାର ଏହି ଉଛେଦ ନୋଟିସ ଜାରି ହେଉଥିବାରୁ ରାଜ୍ୟସରକାରଙ୍କ 'ଜାଗା ମିଶନ 'ଜରିଆରେ ସମସ୍ତ ଝୁମ୍ପୁଡି ବାସି ତଥା ଭୂମିହୀନ ମାନଙ୍କୁ ପୃଥକ ପୃଥକ ଭାବେ ସ୍ଥାୟୀ ଜାଗା ପ୍ରଦାନ ପାଇଁ ସ୍ଥାନୀୟ ମହାତ୍ମାଗାନ୍ଧୀ  ଓ ଲାଲବାହାଦୁର ଶାସ୍ତ୍ରୀ ସ୍ମୃତି କମିଟି ତରଫରୁ ଜଟଣୀ ପୌରପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି l ସୂଚନା ମୁତାବକ ରେଳବାଇ ଅଞ୍ଚଳରେ ରହୁଥିବା  ବସ୍ତି ବାସିନ୍ଦା ପ୍ରତ୍ୟକ ଦିନ ଘର ଭଙ୍ଗାଯିବାର ଭୟ ନେଇ ଅତିବାହିତ କରୁଛନ୍ତି । ରେଳବାଇ ନିଜର ଉନ୍ନତି କରଣ ପାଇଁ କେତକ ଝୁମ୍ପୁଡି ରେଳବାଇ ପକ୍ଷରୁ ଉଛେଦ କରାଗଲାଣି । କେଉଁ ମୁହୂର୍ତ୍ତରେ ଘର ଭାଙ୍ଗିଯିବାର ଭୟକୁ ନେଇ ଏକ ପ୍ରକାର ଆତଙ୍କିତ ଅବସ୍ଥାରେ ଅଛନ୍ତି । ତେଣୁ ସେମାନଙ୍କ ମନବଳକୁ ସୁଦୃଢ କରିବା ପାଇଁ ସାହାଯ୍ୟର ହାତ ବଢ଼ାଇଛନ୍ତି ମହାତ୍ମାଗାନ୍ଧୀ ଓ ଲାଲବାହାଦୁର ଶାସ୍ତ୍ରୀ ସ୍ମୃତି କମିଟି । ଏହି ସଂଘଠନର ସଭାପତି ବିଭୁତି ଭୂଷଣ ମିଶ୍ର, ସମ୍ପାଦକ ସୁରେଶ ଚନ୍ଦ୍ର ବେହେରା ଏବଂ ଭୂମିହୀନ ପରିବାର ବୃନ୍ଦ ପକ୍ଷରୁ ବି. ଭେଙ୍କେଟ ରାଓ, ମିର୍ଜା ସମସର, ଏସ. କେ. ଜମାଲ, ଏ. ସ. ସ. ରାଓ, ଇଉ. ମାଧବ ରାଓ, ବି. ଆପ୍ପା ରାଓ ପ୍ରମୁଖ ଦାବି ମୁତାବକ ଜରୁରୀ କାଳୀନ ଅବସ୍ଥାରେ ୧୫ ଦିନ ମଧ୍ୟରେ ଆମ୍ଭମାନଙ୍କ କୌଣସି ଥଇଥାନ ବ୍ୟବସ୍ଥା ନ ହୁଏ ତେବେ ଆସନ୍ତା ତା ୮/୧୦ ରିଖ ଦିନ ପୌରପରିଷଦ କାର୍ଯ୍ୟାଳୟ ସମ୍ମୁଖରେ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା ଓ ପ୍ରତିବାଦ ସଭାପାଇଁ ପୌରପରିଷଦ ନିର୍ବାହୀ ଅଧିକାରୀଙ୍କୁ ଭୂମିହୀନ ପରିବାର ପକ୍ଷରୁ ଆଉ ଏକ ଦାବିପତ୍ର ପ୍ରାଦନ କରାଯାଇଛି ।
ଜଟଣୀ -ରଙ୍ଗନାଥ ବେହେରା ,୨୦/୯/୨୦୨୧----୧୦,୩୦ Sakhigopal News,20/9/2021

Blog Archive

Popular Posts