Breaking News

ଓଡ଼ଗାଁ ପ୍ରେସ କ୍ଳବ ତରଫରୁ ଦିବଙ୍ଗତ ସାମ୍ବାଦିକ ଅରିନ୍ଦମ ଦାସଙ୍କୁ ଶ୍ରଦ୍ଧାଞ୍ଜଳି


ଓଡ଼ଗାଁ:-- ଓଡ୍ରାଫ ବୋଟ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଓଟିଭି ତଥା ଓଡିଶାର ଘରେଘରେ ପରିଚିତ ଆଗ ଧାଡିର ସାହାସୀ ସାମ୍ବାଦିକ ଅରିନ୍ଦମ ଦାସ ଙ୍କୁ ଓଡଗାଁ ପ୍ରେସ କ୍ଳବ ତରଫରୁ ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯାଇଛି। ମୁଣ୍ଡୁଳି ମହାନଦୀ ରେ "ଅପରେସନ ଗଜ "ର ଖବର ପ୍ରସାରଣ ପାଇଁ ଯାଇଥିବା ଓଟିଭି ର ସାମ୍ବାଦିକ ଅରିନ୍ଦମ ଦାସ ବୋଟ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ। ଅରିନ୍ଦମ ଦାସଙ୍କ ଅକାଳ ବିୟୋଗରେ ସାରା ଓଡିଶାର ସାମ୍ବାଦିକ ଜଗତରେ ତଥା ଓଡିଶାରେ ଶୋକର ଛାୟା ଖେଳିଯାଇଛି। ଏବଂ ଦିବଂଗତ ସାମ୍ବାଦିକ ଅରିନ୍ଦମ ଦାସ ଙ୍କ ଆତ୍ମାର ସଦଗତି କାମନା ପାଇଁ ବିଭିନ୍ନ ଗଣମାଧ୍ୟମ ଅନୁଷ୍ଠାନ ତରଫରୁ ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯାଉଛି । ଏହି ପରିପ୍ରେକ୍ଷୀରେ ଆଜି ଓଡ଼ଗାଁ ପ୍ରେସ କ୍ଳବ ତରଫରୁ ମଧ୍ଯ ସ୍ଥାନୀୟ ଇନଡୋର ଷ୍ଟାଡିୟମ ରେ ଦିବଂଗତ ସାମ୍ବାଦିକ ଅରିନ୍ଦମ ଦାସ ଙ୍କୁ ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯାଇଛି।
 ଏହି ଅବସରରେ ପ୍ରଥମେ ଉପସ୍ଥିତ ଥିବା ଅତିଥି ମାନଙ୍କ ଦ୍ୱାରା  ଦିବଂଗତ ସାମ୍ବାଦିକ ଙ୍କ ଫଟୋ ରେ ପୁଷ୍ପ ଅର୍ପଣ କରିବା ପରେ ୨ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା। ପରେ ଉପସ୍ଥିତ ଅତିଥି ମାନେ ଦିବଂଗତ ସାମ୍ବାଦିକ ଅରିନ୍ଦମ ଦାସ ଙ୍କ ବିଭିନ୍ନ ଖବର ପରିବେଷଣ ଶୈଳି ବିଷୟରେ ଏବଂ ତାଙ୍କର ନିର୍ଭିକ ସାମ୍ବାଦିକତା ଉପରେ ବକ୍ତବ୍ଯ ଦେଇଥିଲେ। 
              ଆଜିର ଏହି ଶ୍ରଦ୍ଧାଞ୍ଜଳି ସଭା ରେ ଓଡଗାଁ ପ୍ରେସ କ୍ଳବ ସଭାପତି ଅଶୋକ ମହାପାତ୍ର ସଭାପତିତ୍ୱ କରିଥିବା ବେଳେ, ମୁଖ୍ଯ ଓ ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ସଭ୍ଯ ଲୋକନାଥ ସାହୁ, ବିଭୁ ପ୍ରସାଦ ସାହୁ,ବରିଷ୍ଠ ସାମ୍ବାଦିକ ସାରସ କୁମାର ମିଶ୍ର,ଅ. ତହସିଲଦାର ନିରଞ୍ଜନ ନାୟକ, ବିଜେଡି ବ୍ଳକ ସଭାପତି ସୂର୍ଯ୍ୟନାରାୟଣ ଚୌଧୁରୀ, ନିତ୍ୟାନନ୍ଦ ପ୍ରଧାନ, ରଘୁନାଥ ଆଥଲେଟିକ ଆସୋସିଏସନ ସଂପାଦକ ଦିବାକର ନାୟକ, ଶିକ୍ଷକ ସଂଘ ତରଫରୁ ପଞ୍ଚାନନ ପଣ୍ଡା, ହସକ୍ଳବର ରଞ୍ଜନ ଦାସ, ବରିଷ୍ଠ ନାଗରିକ ମାନଙ୍କ ତରଫରୁ ବନମାଳୀ ଦାସ, ଅଧ୍ଯାପକ କ୍ରୁଷ୍ନଚନ୍ଦ୍ର ସାହୁ, ରଘୁନାଥ ବିଦ୍ୟାପିଠ ପ୍ରଧାନ ଶିକ୍ଷକ ଚନ୍ଦ୍ରଶେଖର ନାୟକ, ଡ. ଗୋପୀନାଥ ସାହୁ, ସୁକାନ୍ତ ଚୌଧୁରୀ, ଏବଂ ଓଡଗାଁ ସାମ୍ବାଦିକ ସଂଘର ଅନ୍ୟ ସଦସ୍ଯ ଶୋକ ସଭାରେ ଉପସ୍ଥିତ ଥିଲେ। ସାମ୍ବାଦିକ ସଂଘର ସଂପାଦକ ଆଦର୍ଶ ପଟ୍ଟନାୟକ ଦିବଂଗତ ସାମ୍ବାଦିକ ଅରିନ୍ଦମ ଦାସ ଙ୍କୁ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିବା ସହ ଓଡ୍ରାଫ ଟିମ ସଦସ୍ଯ ସୀତାରାମ ମୂର୍ମୁଙ୍କୁ ମଧ୍ଯ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଥିଲେ। ସଂଘର ସମ୍ପାଦକ ତଥା ସାମ୍ବାଦିକ ଗଣେଶ୍ୱର ସାହୁ ଓ ଅର୍ଜୁନ ସାହୁ ସଭା ପରିଚାଳନା କରିଥିଲେ। 
ଓଡଗାଁ ରୁ ଦିଲ୍ଲୀପ କୁମାର ବିଶୋଇ ଙ୍କ ରିପୋର୍ଟ,
୨୫/୯/୨୧ ----୭,୧୦   
 Sakhigopal News,26/9/2021

Blog Archive

Popular Posts