ଯାତ୍ରୀବହି ବସ ଓଲଟି ୩୫ରୁ ଅଧିକ ଆହତ
ଭଞ୍ଜନଗର--ଘରୋଇ ନିଳକଣ୍ଠ -ଯାତ୍ରୀବାହୀ ବସ ଓଲଟି ୩୫ରୁ ଉର୍ଦ୍ଧ୍ଵ ଯାତ୍ରୀ ଆହତ ହୋଇ ଭଞ୍ଜନଗର ଓ ସୋରଡ଼ା ଡାକ୍ତରଖାନାରେ ଚିକିତ୍ସା ଚାଲିଥିବା ଜଣାପଡିଛି । ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ଅନ୍ତର୍ଗତ କାଳିଆଗୁଡା ଗ୍ରାମ ନିକଟରେ ବସଟି ଦୁର୍ଘଟଣା ର ସମ୍ମୁଖୀନ ହୋଇଛି ।ଖବର ନେବାରେ ବଡଗଡ ନିକଟ ଗୈାଡଗୋଠ ଗ୍ରାମରୁ ଭଞ୍ଜନଗର ଅଭିମୁଖେ ଆସୁଥିବା ନୀଳକଣ୍ଠ ମିନିବସଟି ୪୫ଜଣ ଗୌଡ଼ ଗୋଠ ଅଞ୍ଚଳର କୁଷକମାନକୁ ଧରି ଏକ ସ୍ବତନ୍ତ୍ର କୃଷିତାଲିମ୍ ପାଇଁ ଭଞ୍ଜନଗର ଥିବା କୃଷି ବିଞାନ କେନ୍ଦ୍ରକୁ ଆସୁଥିଲା ।
ହଠାତ୍ ଏକ ସ୍ମୁଟି ଚାଳକ ମୋବାଇଲିରେ କଥାବାର୍ତ୍ତା କରି ରାସ୍ତା ଉପରକୁ ଆସିବାରୁ ଉକ୍ତବସ ଡ୍ରାଇଭର ସ୍ମୁଟି ଚାଳକକୁ ବଞ୍ଚେଇବାକୁ ଯାଇ ଏହି ଦୁଘଟଣା ଘଟିଥିବା ବସରେ ବସିଥିବା ଯାତ୍ରୀମାନେ କହିଛନ୍ତି । ସେଥି ମଧ୍ୟରୁ ପ୍ରାୟ ୩୦ଜଣ ଆହତ ହୋଇଛନ୍ତି । ସେଥିମଧ୍ୟରୁ ୧୫ ଜଣ ଭଞ୍ଜନଗର ଚିକିତ୍ସାଳୟ ଭତ୍ତି ହେଇଥିବା ବେଳେ ୧୫ଜଣଯାତ୍ରୀ ସୋରଡ଼ା ଚିକିତ୍ସାଳୟରେ ଚିକିତ୍ସାଧୀନ ରହିଥିବା ଜଣାପଡିଛି । ଖବର ପାଇ ଘଟଣାସ୍ଥଳରେ ଗାଙ୍ଗପୁର ପୁଲିସ ପହଞ୍ଚି ଘଟଣାର ତଦନ୍ତ ଚଳାଇଥିବା ଥାନାଧିକାରୀ ଧୀରେନ କୁମାର ଦାଶଙ୍କ ଠାରୁ ସୁଚନା ମିଳିଛି ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ, ୨୩/୯/୨୦୨୧------ ୪,୩୦
Sakhigopal News,23/9/2021