Breaking News

ସ୍କୁଲ ଅଫ ହ୍ୟୁମାନ ରିସର୍ସ ମ୍ୟାନେଜମେଣ୍ଟ ଏକ୍ସ. ଆଇ. ଏମ. ବିଶ୍ୱବିଦ୍ୟାଳୟର ବାର୍ଷିକ ଫ୍ଲାଗସିପ ସିମ୍ପୋଜିମର ସଫଳ ଆୟୋଜନ



ଜଟଣୀ -----ସ୍କୁଲ୍ ଅଫ୍ ହ୍ଯୁମାନ୍ ରିସୋର୍ସ ମ୍ଯାନେଜ୍ ମେଣ୍ଟ ଏକ୍ସ.ଆଇ.ଏମ୍ ବିଶ୍ୱବିଦ୍ଯାଳୟ ଏବଂ ଏକ୍ସ.ଆଇ.ଏମ୍.(ଏଚ.ଆର)ଆସୋସିଏସନ ମିଳିତ ଉଦ୍ୟମରେ ବାର୍ଷିକ ଫ୍ଲାଗ ସିପ୍ ଏଚ୍.ଆର୍ ସିମ୍ପୋଜିମ ସେପ୍ଟେମ୍ବର ୨ ୧ ରୁ ୨୫ ରେ ସଫଳ ଭାବେ ଆୟୋଜନ କରିଥିଲେ ।  ଆଲୋଚନାର ବିଷୟ ବସ୍ତୁଥିଲା "ପୋଷ୍ଟ ପାଣ୍ଡେମିକ୍ ହାଇବ୍ରିଡ୍ ୱାର୍କ ଫୋର୍ସ ମଡେଲ୍ ସୁଯୋଗ ଆହ୍ୱାନ ।  ପ୍ରଦୀପ ପ୍ରଜ୍ୱଳନ ପରେ ଏହିକାର୍ଯ୍ଯକ୍ରମର ଆରମ୍ଭ ହୋଇଥିଲା ।  ଓଡିଶାର ଏକ୍ସ.ଆଇ.ଏମ୍ ବିଶ୍ୱବିଦ୍ଯାଳୟ ସ୍କୁଲ୍ ଅଫ୍ ହ୍ଯୁମାନ୍ ମ୍ଯାନେଜ ମେଣ୍ଟ ର ସହକାରୀ ପ୍ରଫେସର ଡ.ମୌସୁମୀ ପାଢୀ ଙ୍କ ସ୍ୱାଗତ ନୋଟ୍ ଉଦ୍ଘାଟିତ ହୋଇଥିଲା | ମହାମାରୀ ସମୟରେ ପ୍ରସିଦ୍ଧିଲାଭ କରିଥିବା ହାଇବ୍ରିଡ୍ ୱାର୍କ୍ ଫୋର୍ସ ମଡେଲ ଉପରେ ଡ. ପାଢୀ ଆଲୋକପାତ କରିଥିଲେ । ସେ କିପରି ପରିବର୍ତ୍ତିତ ପରିସ୍ଥିତି ଏବଂ କର୍ମଚାରୀ ଙ୍କ ଚିନ୍ତା ଧାରାରେ ପରବର୍ତ୍ତୀ ପରିବର୍ତ୍ତନକୁ ନଜରରେ ରଖି ଏଚ୍.ଆର୍ ଅଭ୍ଯାସକାରୀ ମାନେ ନିଶ୍ଚିତ ଭାବେ ମେଟ୍ରିକ୍ ବ୍ଯବହାର କରିବେ ଏବଂ କର୍ମଜିବୀ ମଡେଲ୍ ମନୋନୀତ କରିବେ ସେ ବିଷୟରେ ଗୁରୁତ୍ୱାରୋପ କରିଥିଲେ । ପ୍ରଫେସର ଫାଇଏ ଅଗଷ୍ଟିନ୍,ଏସ୍.କେ ରେଜିଷ୍ଟାର ଏକ୍ସ ଆଇ ଏମ୍ ବିଶ୍ୱ ବିଦ୍ଯାଳୟ ଓଡିଶା ଉଦଘାଟନୀ ଉତ୍ସବରେ ଯୋଗଦାନ କରିଥିଲେ । ଏହି ଆଲୋଚନାକୁ ଏକ୍ସ ଆଇ ଏମ୍ ବିଦ୍ଯାଳୟର ସହକାରୀ ପ୍ରଫେସର ଡ. ଲଲାଟେଣ୍ଡୁ କେଶରୀ ଜେନା ପରିଚାଳନା କରିଥିଲେ । 
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୨୭/୯/୨୦୨୧---- ୭,୪୦ 
Sakhigopal News,27/9/2021

Blog Archive

Popular Posts