ଘାଷି ଭବାନୀପୁର ଗ୍ରାମରେ ଭୟାବହ ଅଗ୍ନିକାଣ୍ଡ , କଂଗ୍ରେସ ନେତା ମନୋଜ ରଥ ଅଗ୍ନି ବିପନ୍ନଙ୍କୁ ସାହାଯ୍ୟ ର ହାତ ବଢାଇଲେ
ସାକ୍ଷୀଗୋପାଳ ----- ଘାଷି ଭବାନୀପୁର ଗ୍ରାମରେ ଭୟାବହ ଅଗ୍ନିକାଣ୍ଡ ଘଟି ୯ଟି ପରିବାର ୧୦ ବଖରା ଘର ପୋଡି ପାଉଁଶ ହୋଇଯାଇଛି । କଂଗ୍ରେସ ନେତା ମନୋଜ ରଥ ଅଗ୍ନି ବିପନ୍ନଙ୍କୁ ସାହାଯ୍ୟ ର ହାତ ବଢାଇଛନ୍ତି । ସତ୍ୟବାଦୀ ବ୍ଲକର ନରେନ୍ଦ୍ରପୁର ପଂଚାୟତ ଅନ୍ତର୍ଗତ ଘାଷି ଭବାନୀପୁର ଗ୍ରାମରେ ଗତକାଲି ଘଟି ଯାଇଥବା ଭୟାବହ ଅଗ୍ନିକାଣ୍ଡ ବିପନ୍ନ ପରିବାରକୁ ଭେଟିଥିଲେ ସତ୍ୟବାଦୀ କଂଗ୍ରେସ ନେତା ମନୋଜ ରଥ | ଆଜି ସକାଳ ୯ ଟା ସମୟରେ ଶ୍ରୀ ରଥ ଘଟଣା ସ୍ଥଳ ରେ ପହଂଚି ବିପନ୍ନ ପରିବାରକୁ ସମ ବେଦନା ଜଣାଇବା ସହ ଜରିପାଲ , ଛତା ଓ ପିଲାଙ୍କ ପାଇଁ ପାଠ୍ୟ ଉପକରଣ ବଣ୍ଟନ କରିଥିଲେ | ପରେ ପରେ ଅତିରିକ୍ତ ଜ଼ିଲ୍ଲାପାଳ , ବିଡ଼ିଓ ସତ୍ୟବାଦୀ ଓ ତହସିଲଦାର ସତ୍ୟବାଦୀ ଙ୍କୁ ଘଟଣାସ୍ଥଳ ରୁ ଫୋନ ଯୋଗେ କଥା ହୋଇ ତୁରନ୍ତ ଆର୍ଥିକ ସହାୟତା ସହ ସାତ ଦିନ ପର୍ଯ୍ୟନ୍ତ ରନ୍ଧା ଖାଦ୍ୟ ଯୋଗାଇ ଦେବାକୁ ଦାବି କରିଥିଲେ |ଶ୍ରୀ ରଥ ଙ୍କ ସହିତ ପ୍ରଭାତ ପୁରୀ , ଅମୁଲ୍ୟ ଭୋଇ , କାଳୁ ପାଣି ଓ ସତ୍ୟବାଦୀ ବ୍ଲକ ର କଂଗ୍ରେସ କର୍ମୀ ମାନେ ଉପସ୍ଥିତ ଥିଲେ | ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୨/୮/୨୦୨୫----୧୨,୧୦ Sakhigopal News,2/8/2025