ଛାତରୁ ଖସିପଡ଼ି ଡାକ୍ତର ଗୁରୁତର
ଓଡଗାଁ:--- ଓଡଗାଁ ଥାନା ଅନ୍ତର୍ଗତ ଗୁପ୍ତମଠ ସାହିରେ ଛାତରୁ ଖସିପଡ଼ି ଜଣେ ଆୟୁଷ ଡାକ୍ତର ଗୁରୁତର ହୋଇଛନ୍ତି। ଗୁରୁତର ଡାକ୍ତର ଙ୍କ ନାମ ଜର୍ଜ ସତ୍ୟବ୍ରତ ସାହୁ(୩୪) । ସତ୍ୟବ୍ରତ ଆଜି ସନ୍ଧ୍ଯା ସମୟରେ ଛାତକୁ ଯାଇଥିବା ବେଳେ ଭୁଲ ବଶତଃ ଛାତରୁ ଖସି ପଡିଥିଲେ। ପଡିବା ସମୟରେ ତଳେ ଥିବା କୈାଣସି ଜିନିଷରେ ଡାକ୍ତର ଙ୍କ ବେକରେ ଗଭୀର କ୍ଷତ ଲାଗିବା ସହ ମୁହଁ ରେ ମଧ୍ଯ ଗଭୀର କ୍ଷତ ଲାଗିଥିବା ଜଣା ପଡିଛି। ଗୁରୁତର ଡାକ୍ତର ଙ୍କୁ ପ୍ରଥମେ ଓଡଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଭର୍ତ୍ତି କରାଯାଇଥିବା ବେଳେ ଅବସ୍ଥା ଶୋଚନୀୟ ହେବାରୁ ତାଙ୍କୁ ଭୁବନେଶ୍ୱର ସମ ହସ୍ପିଟାଲ କୁ ସ୍ଥାନାନ୍ତର କରାଯାଇଛି। ଡାକ୍ତର ସତ୍ୟବ୍ରତ ଖଣ୍ଡପଡ଼ା କୋଭିଡ କେୟାର ହସ୍ପିଟାଲରେ ଦାୟିତ୍ୱରେ ଥିବାର ଜଣାପଡ଼ିଛି ।
ରିପୋର୍ଟ:-ଦିଲ୍ଲୀପ୍ କୁମାର ବିଶୋଇ, ଓଡଗାଁ
:-୯/୯/୨୧ -----୯,୪୦ Sakhigopal News,9/9/2021