ଅଳ୍ପକେ ବର୍ତ୍ତଗଲେ ଗାଡି ଡ୍ରାଇଭର ଓ ହେଲପର
ଡେଲାଙ୍ଗ------- ଡେଲାଙ୍ଗ ଥାନା ଅନ୍ତର୍ଗତ ଗଞ୍ଜେଇଗୋରଡି ରାସ୍ତାରେ କୁକୁଡା ଦାନା ନେଇକି ଯାଉଥିବା ଏକ ଗାଡି ଭାରସାମ୍ୟ ହରାଇ ଓଲଟି ପଡିଛି । ଗାଡିନଂ- ଓଡି- ୨୫-୫୫୨୫ ବୋଲି ଜଣାପଡିଛି । ଦୁର୍ଘଟଣା ଘଟିବା ସମୟରେ ଗାଡିର ଡ୍ରାଇଭର ଓ ହେଲପର ଅତି ଚତୁର ସହକାରେ ବାହାରି ଯାଇଛନ୍ତି । ଯାହା ଫଳରେକି ଦୁଇଜଣ ଯାକ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଖବର ପାଇ ଡେଲାଙ୍ଗ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି । ସେହିପରି ଡେଲାଙ୍ଗ ହୁମର ଛକରେ ଏକ ୪୦୭ ଗାଡି ଭାରସାମ୍ୟ ହରାଇ ସାଇକେଲକୁ ଧକ୍କା ଦେବା ସହ ରାସ୍ତା କରକୁ ପଶିଯାଇଛି ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୨୩/୭/୨୦୨୧---୪,୫୫
Sakhigopal News, 23/7/2021