ପ୍ରଶାସନ ଏବଂ ଖଣିମାଫିଆଙ୍କ ମଧ୍ୟରେ ମଧୁଚନ୍ଦ୍ରିକା: ଜଟଣୀ ଅଞ୍ଚଳବାସୀ ଖଣି ମାଫିଆମାନଙ୍କ ପାଦୁର୍ଭାବରେ ଭୟବିତ୍ତ
ଜଟଣୀ --ଜଟଣୀ ତହସିଲ ଅଧୀନରେ ଥିବା ପୌରାଞ୍ଚଳ ଓ ବ୍ଲକ ଅଧୀନରେଥିବା ଷଣ୍ଢପୁର, ରାମଚନ୍ଦ୍ରପୁର, ଖୁଦୁପୁର, ପଦନପୁର, କନ୍ତିଆ, ନିରଞ୍ଜନପୁର, ଗ୍ରାମ ମାନଙ୍କରେ ଥିବା ସରକାରୀ ଗୋଚର, ଅନାବାଦୀ ଓ ଶ୍ମଶାନ ଜମିରୁ ମାଫିଆମାନେ ଦିନରାତି ଜେସିବି ଓ ପୋକଲିନ ମେସିନ ସାହାଯ୍ୟରେ ମୋରମ ଖୋଳୁଥିବା ଜଣାପଡିଛି। ହଜାର ହଜାର ଟ୍ରିପ ମୋରମ ଚୋରା ଚାଲାଣ କରି କୋଟି କୋଟି ଟଙ୍କା ଖଣି ମାଫିଆମାନେ ରୋଜଗାର କରୁଛନ୍ତି । ଏହା ତହସିଲଦାରଙ୍କ ଜ୍ଞାତସାରରେ ଚାଲିଛି ବୋଲି ଜଣସାଧାରଣରେ ଆଲୋଚନା ହେଉଛି । ଖଣି ମାଫିଆ ମାନେ ବର୍ତ୍ତମାନ ବିଭିନ୍ନ ଅଞ୍ଚଳରୁ ପାହାଡ଼ ତାଡି ମୋରମ ବୋହିନେଉଛନ୍ତି । ଜଟଣୀ ସେଂଚୁରିଆନ ସାମ୍ନା ଏବଂ ଷଣ୍ଢପୁର, ଓଗର ସୁଆଁ ଗ୍ରାମର ନିକଟବର୍ତ୍ତୀ ସମତୁଲ ଜାଗାକୁ ତାଡି ତିରିଶ ରୁ ଚାଳଶୀ ଫୁଟ ଗଭୀର ଗର୍ତ୍ତ କରି ବିପଦ ସୃଷ୍ଟି କରିଛନ୍ତି । ଯାହା ଫଳରେ ଗାଈ, ଗୋରୁ, ଛେଳି ମେଣ୍ଢା ଚରିବାପାଇଁ ସରକାରୀ ଗୋଚର କିମ୍ବା ଅନାବାଦୀ ଜମି ଆଉ ନାହିଁ । ଖଣି ଖନନ ଦ୍ୱାରା ସେହି ଖଣିରେ ପଡି ଗାଈଗୋରୁ ଛେଳି ମେଣ୍ଢା ମୃତ୍ୟୁ ବରଣ କରିଛନ୍ତି । ଜୈନିକ ଠିକାଦାର ରାସ୍ତା ନିର୍ମାଣ ପାଇଁ ଗୋପୀନାଥପୁର ମୌଜାରେ ଥିବା ଜମି ରୁ ତହସିଲଦାରଙ୍କ ଠାରୁ ଅନୁମତି ନେଇ ମୋରମ ଖନନ କରୁଥିଲେ। ଯାହା ଜୁଲାଇ ୧୨ ତାରିଖ ଠାରୁ ଖଣି ଖନନର ଅବଧି ସରିଯାଇଥିଲେ ମଧ୍ୟ ଆଜକୁ ୧୭ ଦିନ ହେବ ଦିନରାତି ହଜାର ହଜାର ଟ୍ରିପ ମୋରମ ଜଟଣୀ ଷଣ୍ଢପୁର ମୁଖ୍ୟ ରାସ୍ତାଦେଇ ଚୋରା ଚାଲାଣ ହେଉଛି । ଏହି ମୋରମ ଚୋରା ଚୋରା ଚାଲାଣକୁ ଜଟଣୀ ତହସିଲଦାର ଓ ପ୍ରଶାସନିକ ଅଧିକାରୀଙ୍କ ସହ ମୋରମ ମାଫିଆଙ୍କ ମଧୁଚନ୍ଦ୍ରିକାରେ ଚାଲିଛି ବୋଲି ଜଣସାଧାରଣରେ ଆଲୋଚନା ହେଉଛି । ସମସ୍ତେ ମିଳିମିଶି ସରକାରଙ୍କ ରାଜସ୍ବ ଲୁଟୁଛନ୍ତି ବୋଲି ଜଣାପଡିଛି । ଉକ୍ତ ଘଟଣା ଜଟଣୀ ସହର ଓ ଗ୍ରାମାଞ୍ଚଳରେ ଆଲୋଚନାର ମୁଖ୍ୟ ବିଷୟ ବସ୍ତୁ ପାଲଟିଛି ।ଏଣୁ ଏହା ଏକ ସମ୍ବେଦନଶୀଳ ଘଟଣା ହୋଇଛି । ଏଣୁ ଉପରୋକ୍ତ ଘଟଣାକୁ ବିଚାରକୁ ନେଇ ଜିଲ୍ଲାପାଳ ଓ ଉପଜିଲ୍ଲାପାଳ ଙ୍କ ଆଦେଶକ୍ରମେ ଓଡିଶା ସରକାରଙ୍କ ଭିଜିଲାନ୍ସ ବିଭାଗ ଦ୍ୱାରା ତଦନ୍ତ କରି ମୋରମ ଚୋରା ଚାଲାଣ କରୁଥିବା ଖଣି ମାଫିଆମାନଙ୍କ ସହ ସମ୍ପୃକ୍ତ ଥିବା ପ୍ରଶାସନିକ ଅଧିକାରୀ ମାନଙ୍କୁ ଉଚିତ ଦଣ୍ଡରେ ଦଣ୍ଡିତ କରାଯାଇ ସରକାରଙ୍କ ଜମିକୁ ସୁରକ୍ଷା ଦିଆଯାଉ । ନଚେତ ଆଗାମୀ ଦିନରେ ଏଠାରେ ଯେଉଁ ଭୟଙ୍କର ପରିସ୍ଥିତି ସୃଷ୍ଟି ହେବ ସେଥିପାଇଁ ଜିଲ୍ଲା ପ୍ରଶାସନ ସମ୍ପୁର୍ଣ୍ଣ ଭାବେ ଦାୟି ରହିବେ ବୋଲି ଗ୍ରାମବାସୀ ମାନେ କହିଛନ୍ତି ।
ଜଟଣୀ -ରଙ୍ଗନାଥ ବେହେରାଙ୍କ ରିପୋର୍ଟ , ୨୯/୭/୨୦୨୧----୫,୦୦
Sakhigopal News,29/7/2021