ନୀଳାଚଳ କୃଷକ ମହାସଂଘର ଦାବୀ ପୂରଣ ହେଲା ନାହିଁ ; ମତାମତ ପାଇଁ ଡାକିଲା ବୈଠକ
ସାକ୍ଷୀଗୋପାଳ ---- ନୀଳାଚଳ କୃଷକ ମହାସଂଘ ପୁରୀ ଜିଲ୍ଲାର ଏକ ଅଗ୍ରଣୀ ଚାଷୀ ସଂଗଠନ । କୃଷି ଓ କୃଷକ ମାନଙ୍କର ଉନ୍ନତି ପାଇଁ ମହାସଂଘ ସବୁବେଳେ ଉଦ୍ଦ୍ୟମ କରି ଆସିଛି । ବର୍ଷା ଓ ବନ୍ୟାଜଳ ନିଷ୍କାସନ ଓ ଜଳ ସେଚନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସହ ହୋଇଥବା ଆଲେଚନା ଏବେବି କାର୍ଯ୍ୟକାରୀ ହୋଇନାହିଁ । ଅନ୍ୟ ପକ୍ଷେ ଫନି ବାତ୍ୟାରେ କ୍ଷୟକ୍ଷତି ପରିବାର ଏବେବି ସରକାରୀ ସାହାର୍ଯ୍ୟରୁ ବଞ୍ଚିତ ରହିଛନ୍ତି । ସେହିପରି ନଡିଆଚାଷୀଙ୍କୁ ଦିଆଯାଇଥିବା କ୍ଷତି ପକୃତ ଚାଷୀ ପାଇଲେନାହିଁ । ନୀଳାଚଳ କୃଷି ମହାସଂଘ ୯୦ ଦଫା ଦାବୀ ପ୍ରଦାନ କରାଯାଇଥିଲା । ମାତ୍ର କୌଣସି ଦାବୀ କାର୍ଯ୍ୟକାରୀ ନ ହେବାରୁ ସାକ୍ଷୀଗୋପାଳନଡିଆ ଫାର୍ମ ଚଣ୍ଡୀଙ୍କ ମନ୍ଦିର ପ୍ରାଙ୍ଗଣରେ ସତ୍ୟବାଦୀ ବ୍ଳକର ନୀଳାଚଳ କୃଷକ ମହାସଂଘର ସଭାପତି ଫଗୁ ଚରଣ ପରିଡା ଏକ ବୈଠକ ଡାକିଛନ୍ତି । ଏହି ବୈଠକରେ ନୀଳାଚଳ କୃଷକ ମହାସଂଘ ଅଗାମୀ ଦିନ ପାଇଁ ନିସ୍ପତି ଗ୍ରହଣ କରିବ ବୋଲି ଜଣାପଡିଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୪/୭/୨୦୨୧----୮,୫୦
Sakhigopal News, 24/7/2021