ଭଞ୍ଜନଗର ବଳଭଦ୍ର କୁଷକ ବଜାର ଲୋକାର୍ପଊ
ଭଞ୍ଜନଗର ----ଭଞ୍ଜନଗର ସହରରେ ଥିବା ନିୟନ୍ତ୍ରିତ ବଜାର କମିଟି କାର୍ଯ୍ୟଳୟ ପରିସରରେ ୫ଏକର ଜାଗାରେ ୧୦କୋଟି ୮୦ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ବଳଭଦ୍ର କୃଷକ ବଜାର ଶୁକ୍ରବାର ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ୂ ଆୟୋଜିତ ସଭାରେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଓ ଜଙ୍ଗଲ ପରିବେଶ ଜଳବାୟୁ ପରିବର୍ତ୍ତନସଂସଦୀୟ ବ୍ୟପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ସମେତ ପୂର୍ବତନ ଉପ ବାଚସ୍ପତି ରାମଚନ୍ଦ୍ର ପଣ୍ଡା,ଭଞ୍ଜନଗର ଉପ ଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ, ଆରଏମସି ସମ୍ପାଦକ ଦୀନବନ୍ଧୁ ଗୌଡ଼ ମଞ୍ଚାସିନ ଥିଲେ। କାର୍ଯ୍ୟକ୍ରମକୁ ପ୍ରେସକ୍ଲବ ସଭାପତି ଲୋକନାଥ କର ସଂଯୋଜନା କରିଥିଲେ।
ଏଠାରେ ଗୋଟିଏ ସ୍ଥାନରେ ପନିପରିବା, ମାଛ, ମାଂସ ଠାରୁ ଆରମ୍ଭ କରି ସମସ୍ତ ପ୍ରକାର ସୁବିଧା ସୁଯୋଗ ଥିବାରୁ ସ୍ଥାନୀୟ କୃଷକମାନେ ବହୁ ପରିମାଣରେ ଉପକୃତ ହୋଇପାରିବେ ବୋଲି ଅତିଥି ମାନେ କହିଥିଲେ।ଏହି ବଜାରର ବ୍ୟବସାୟୀ ମାନଙ୍କ ପାଇଁ ସାମ୍ନା ପଟରେ ୩୯ଟି ଦୋକାନ ଗୃହ, ପଛପଟେ ୨୯ଟି ଦୋକାନ ଗୃହ, ଆମିଷ ବଜାର, ପିଣ୍ଡି ଓ ଗୋଦାମ ଗୃହର ବ୍ୟବସ୍ଥା ରହିଛି। ଆଗାମୀ ଦିନରେ ସିଲିଙ୍ଗ ପ୍ଲାଣ୍ଟ ଅତିଶୀଘ୍ର କରାଯିବା ପାଇଁ ଉଭୟ ମନ୍ତ୍ରୀ ଅଭିଭାଷଣରେ କହିଥିଲେ । ଏହା ଦ୍ବାରା କୃଷକମାନେ ଉପକୃତ ହେଇପାରିବେ । ଭଞ୍ଜନଗର ମେଡିକାଲ ପରିସରେ ଅକ୍ସିଜେନ ପ୍ଲାଣ୍ଟର ବ୍ୟବସ୍ଥା ଅତିଶୀଘ୍ର ଲୋକାର୍ପିତ ହେବାକୁ ଯାଉଛି ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହଯୋଗ ଓ ମନ୍ତ୍ରୀ ଆରୁଖଙ୍କ ପ୍ରଚେଷ୍ଟାରେ ଭଞ୍ଜନଗର ଅଞ୍ଚଳରେ ବିକାଶ ହୋଇପାରିଛି।ତେଣୁ ସମସ୍ତ ଜନ ସାଧାରଣ ମନ୍ତ୍ରୀଙ୍କୁ ସମର୍ଥନ କଲେ ଆଗାମୀ ଦିନରେ ଆହୁରି ଉନ୍ନତି ହୋଇପାରିବ। କରୋନା ସମୟରେ ଯେଉଁମାନେ ଗରିବ ଅସହାୟ ମାନଙ୍କ ରନ୍ଧାଖାଦ୍ୟ ଓ ସୁଖିଲା ଖାଦ୍ୟ ଯୋଗାଇ ଆସିଥିଲେ ସେହି ଯୋଦ୍ଧା ଓ ଭଞ୍ଜନଗର ବିଭିନ୍ନ ଅଞ୍ଚଳର ବରିଷ୍ଠ କର୍ମକର୍ତ୍ତା ତଥା କୃଷକ ମାନଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନ ଙ୍କ ରିପୋର୍ଟ,୨୩/୭/୨୦୨୧---୪,୨୦ Sakhigopal News,23/7/2021