ପଞ୍ଚସଖା ସ୍ମୃତି ପାଠାଗାରକୁ ବିଦ୍ୟୁତ ସଂଯୋଗ କଟାଗଲା ; ଏବେ ଦୁଇ ସପ୍ତାହ ହେବ ଅନ୍ଦାରରେ ପାଠଗାର
ସାକ୍ଷୀଗୋପାଳ-----ବେଆଇନ ଭାବେ ସତ୍ୟବାଦୀର ପଞ୍ଚସଖା ସ୍ମୃତି ପାଠାଗାର ବିଦ୍ୟୁତ ସଂଯୋଗ ହୋଇଥିବା ଜଣାପଡିଛି । ଅଧିକାରୀ ମାନେ କେହି ନ ଶୁଣିବାରୁ ଶେଷରେ ସାକ୍ଷୀଗୋପାଳ ବିଦ୍ୟୁତ ଉପଖଣ୍ଡ ଅଧିକାରୀ ବିଦ୍ୟୁତ ସଂଯୋଗ ହଟାଇ ଦେଇଛନ୍ତି । ଯାହା ଫଳରେକି ଏବେ ୧୫ ଦିନ ହେବ ପାଠାଗାର ଅନ୍ଦାର ମଧ୍ୟରେ ରହିଛି । ପଞ୍ଚସଖାଙ୍କ ପ୍ରତି ଏହା ଏକ ଅପମାନ ବୋଲି ବିଭିନ୍ନ ସଂଗଠନ କହିଛି । ନିଜ ଘରେ ବିଦ୍ୟୁତ କାଟ ହେଲେ ସଙ୍ଗେ ସଙ୍ଗେ ଫୋନ କରିବା ସହ ଧାର କରଜ କରି ପଇସା ଡିପୋଜିଟ କରି ବିଦ୍ୟୁତ ସଂଯୋଗ କରାଯାଉଛି । ମାତ୍ର ଏମାନେ କିଛି କହି ପାରୁନାହାନ୍ତି ବୋଲି ସେମାନଙ୍କୁ ଅନ୍ଦାରମଧ୍ୟରେ ରଖାଯାଇଛି ବୋଲି ଗୋପବନ୍ଧୁ ପ୍ରେମୀ ମାନେ କହନ୍ତି । ସଭା ସମିତି ରେ ନେତା ମାନେ ଏ ମାଟି ମହାନ୍ୟ, ଏହି ମାଟି ହେଉଛି ପଞ୍ଚସଖାର ମାଟି ଆଦି କେତେ କ’ଣ କହନ୍ତି ତାହା ଖାତାରେ ସ୍ଥାନ ନ ଥାଏ । ଏବେ ବିଦ୍ୟୁତ କାଟ ହୋଇ ଅନ୍ଦାର ମଧ୍ୟମରେ ପଞ୍ଚସଖାଙ୍କ ମହାପୁରୁଷ ରହିଛନ୍ତି ସେଥିପ୍ରତି କାହାରି ନଜର ନାହିଁ । ଏପରିକି ସ୍ଥାନୀୟ ବିଧାୟକ ମଧ୍ୟ ଏ ବିସୟରେ ଅବଗତ ଅଛନ୍ତି କି ନାହିଁ ତାହା ଜଣାପଡିନାହିଁ । ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ବକୁଳବନ ସ୍ଥିତ ସଂସ୍କୃତି ବିଭାଗ ଓଡିଶା ସରକାରଙ୍କ ପକ୍ଷରୁ ସାକ୍ଷୀଗୋପାଳ ବକୁଳବନ ଠାରେ ଅନେକଦିନ ହେବ ପଞ୍ଚସଖା ସ୍ମୃତି ପାଠାଗାର ରହିଛି । ଉକ୍ତ ପାଠାଗାରକୁ ବିଦ୍ୟୁତ ସଂଯୋଗ କରାଯାଇଛି ତାହା ବେଆଇନ ଭାବେ । ମାଗଣାରେ ବିଦ୍ୟୁତ ଜାଳୁଥିଲେ । ଏବେ ଟାଟା କମ୍ପାନୀ ନେବା ପରେ ଚୋରା ବିଦ୍ୟୁତ ଧରପଗଡ ଆରମ୍ଭ କରିଛି । ଏହି ଅବସରରେ ଉକ୍ତ ପାଠାଗାର ବିଦ୍ୟୁତ ବେଆଇନ ଭାବେ ଜାଳୁଥିବା ଧରାପଡିବା ପରେ ବିଦ୍ୟୁତ କାଟ କରାଯାଇଛି । ସେଠାରେ ଥିବା ଜଣେ ଅଣନିଯୁକ୍ତି କର୍ମଚାରୀ ଏ ସମ୍ପର୍କରେ ପୁରୀ ଜିଲ୍ଲା ସଂସ୍କୃତି ଅଧିକାରୀଙ୍କୁ ଜଣାଇ ଥିବା ଜଣାପଡିଛି । ସେ ବୁଝିବା କହି ରହିଯାଇଛନ୍ତି । ଅନ୍ୟ ପକ୍ଷେ କେରାନା ଯୋଗୁ ପାଠାଗାର ବନ୍ଦ ରହିଛି । ସଂଧ୍ୟା ହେଲେ ଅନ୍ଦାର ମଧ୍ୟରେ ରହୁଛି ପାଠାଗାର ବା ପଞ୍ଚସଖାଙ୍କ ପ୍ରତିମୂତ୍ତି । ତୁରନ୍ତ ପୁରୀ ଜିଲ୍ଲାପାଳ ନଜର ଦେବାକୁ ଜଣସାଧାରଣରେ ଦାବି ହେଉଛି । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୧/୭/୨୦୨୧---୫,୪୫ Sakhigopal News, 21/7/2021