ଐତିହ ବକୁଳବନ ଓ ସାକ୍ଷୀଗୋପିନାଥ ମନ୍ଦିର , ଚନ୍ଦନପୋଖରୀ ପୁନଃଉଦ୍ଦାର କରାଯିବ
ସାକ୍ଷୀଗୋପାଳ=------- ଐତିହ ବକୁଳବନ ଓ ସାକ୍ଷୀଗୋପିନାଥ ମନ୍ଦିର ସହିତ, ଚନ୍ଦନପୋଖରୀ, ରାଧାକୁଣ୍ଡ ଆଦି ପୁନଃଉଦ୍ଦାର କରାଯିବା ସହ ପାର୍କ ନିର୍ମାଣ କରାଯିବ ବୋଲି ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା କହିଛନ୍ତି । ବୁଧବାର ବିଭିନ୍ନ ବିଭାଗର ପଦସ୍ଥ ଅଧିକାରୀଙ୍କ ସହିତ ସତ୍ୟବାଦୀର ବିଧାୟକ ଉମାକାନ୍ତ ସାମନ୍ତରାୟ ଓ ପଞ୍ଚାୟତ ସମିତି ଅଧ୍ୟକ୍ଷା ସସ୍ମିତା ପ୍ରଧାନ ବକୁଳବନ ପରିସର ପରିଦର୍ଶନ କରିବା ସହ ଭିତ୍ତିଭୂମି ପରଖିଥଲେ । ବିଶେଷ କରି ବକୁଳବନ ଉନ୍ନତି କରାଯାଇଥିବା କାମ ଦେଖିବା ସହ ତାହାର ପୁନଃଉଦ୍ଦାର କିପରି କରାଯିବ ଦେଖିଥଲେ । ଯେଉଁ କାର୍ଯ୍ୟ କରାଯିବ ତାହାର ରକ୍ଷଣବେକ୍ଷଣ ଦିଗପ୍ରତି ପ୍ରଥମେ ନଜର ଦିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି । ବିଧାୟକଙ୍କ ସହିତ ଆଲେଚନା କରାଯାଇ ବହୁ ଶିଘ୍ର ବକୁଳବନ ଓ ସାକ୍ଷୀଗୋପିନାଥ ମନ୍ଦିରର ଉନ୍ନତି କରାଯିବ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୮/୭/୨୦୨୧----୮,୦୦
Sakhigopal News, 28/7/2021