ମନ୍ତ୍ରୀ ଶ୍ରୀ ବିକ୍ରମ କେଶରୀ ଆରୁଖଙ୍କ ଦ୍ବାରା ମାରାଥନ ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ
ଭଞ୍ଜନଗର---ଭଞ୍ଜନଗର ନୂଆ ବସ ଷ୍ଟାଣ୍ଡ ଠାରେ ନୂତନ ଭାବେ ନିର୍ମିତ କରାଯାଇଥିବା ଘରୋଇ ବସ ମାଲିକ ସଂଘର ଅଫିସ ଗୃହକୁ ଆଜି ଜଙ୍ଗଲ ଓ ପରିବେଶ ଏବଂ ଜଳବାୟୁ ପରିଵର୍ତ୍ତନ, ସଂସଦୀୟ ବ୍ୟାପାର ମନ୍ତ୍ରୀ ଶ୍ରୀ ବିକ୍ରମ କେଶରୀ ଆରୁଖ ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି । ସଂଘ ସଭାପତି ତଥା କନ୍ଧମାଳ ସାଂସଦ ପ୍ରତିନିଧି ବିପ୍ର ଚରଣ ବାରିକ,ଗୋପ ମହାପାତ୍ର,ରେଣୁ ଗୋପାଳ, ଦିବାକର ନାୟକ ଆଞ୍ଚଳିକ ପରିବହନ ଅଧିକାରୀ ଯୋଗଦେଇଥିଲେ । ସେଛାସେବୀ ଶୂଳପାଣି ଶତପଥୀ ସଭାରେ ସଂଯୋଜନା କରିଥିଲେ ।
ଉଦଘାଟନ ପରେ କର୍ମଚାରୀ ମାନେ ବେଶ ଉପକୃତ ହେବେ ବୋଲି ମନ୍ତ୍ରୀ ଶ୍ରୀ ଆରୁଖ କରିଛନ୍ତି |ଏହା ଛଡା ନୂତନ ବସ ଷ୍ଟାଣ୍ଡକୁ ପତକା ଦେଖାଇବା ପରେ ଗାଡି ଚଳାଚଳ କରିଥିଲା ।ମନ୍ତ୍ରୀ ଶ୍ରୀ ଆରୁଖ ତୁଫାନି ଗସ୍ତରେ ଆଜି ବଡକଦଣ୍ଡା ପଞ୍ଚାୟତର ଢ଼ୁଢ଼ୁଆ ସ୍ଥିତ ଶ୍ରୀ ବଞ୍ଚେଶ୍ୱର ମନ୍ଦିର ଠାରେ କଲ୍ୟାଣ ମଣ୍ଡପ ଉଦଘାଟନ କରିଛନ୍ତି। ମୁଦୁଲୀପଲ୍ଲୀ ଗ୍ରାମ ପଞ୍ଚାୟତ ଅଫିସ କୋଠା କୁ ମଧ୍ୟ ମାନ୍ୟବର ମନ୍ତ୍ରୀ ଉଦଘାଟନ କରିଛନ୍ତି | ଅପରାହ୍ନ ରେ ମନ୍ତ୍ରୀ ଭଞ୍ଜନଗର ବ୍ଲକ ଅଫିସ ରୋଡ଼ ରେ ମଲ୍ଟି କମ୍ୟୁନିଟି ସେଣ୍ଟର ର ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି । ପରେ ଭଞ୍ଜନଗର ଏନଏସି ୱାର୍ଡ ନମ୍ବର ୧୨ ରେ କମ୍ୟୁନିଟି ସେଣ୍ଟର ଉଦଘାଟନ କରିବା ସହ ଉପଖଣ୍ଡ ମେଡିକାଲ ନିକଟରେ ସୁଲଭ ଶୈଚାଳୟ ର ଭିତ୍ତି ପ୍ରସ୍ତର, ଭଞ୍ଜନଗର ୱାର୍ଡ ନମ୍ବର ୧୫ ଠାରେ ପରିଚ୍ଚୟ କମ୍ୟୁନିଟି ସେଣ୍ଟର ଉଦଘାଟନ କରିଛନ୍ତି । ଭଞ୍ଜନଗର ବାଇପାସ ରୋଡ଼ ଠାରୁ ନାହାତୁଠ ସାହି ପର୍ଯ୍ୟନ୍ତ ଲୋହାର ଖଣ୍ଡୀ ନଦୀର ପୁନରୁଦ୍ଧାର କାର୍ଯ୍ୟ ନିମନ୍ତେ ଭିତ୍ତି ପ୍ରସ୍ତର ସ୍ଥାପନ ଏବଂ ଶବଦାହ ନିମନ୍ତେ ଆଧୁନିକ ଶ୍ମଶାନ ଘାଟ ନିର୍ମାଣ ନିମନ୍ତେ ଭିତ୍ତି ପ୍ରସ୍ତର ମାନ୍ୟବର ମନ୍ତ୍ରୀ ଶ୍ରୀ ବିକ୍ରମ କେଶରୀ ଆରୁଖ କରିଛନ୍ତି । ଆଜିର ଏହି ମାରାଥନ କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷା ବିନ ଦଳବେହେରା,ଉପାଧ୍ୟକ୍ଷ ଜିତେନ୍ଦ୍ର ଆରୁଖ କନ୍ଧମାଳ ସାସଂଦ ପ୍ରତିନିଧି ଦିବାକର ନାୟକ, ପ୍ରଶାନ୍ତ ରାଉଳ, ଗୋଷ୍ଠି ଉନ୍ନୟନ ଅଧିକାରୀ ଅନିଲ୍ କୁମାର ସେଠୀ,ବଡକୋଦଣ୍ଡା ଓ ଡୁଡୁଆ ସରପଞ୍ଚ ଉପସ୍ଥିତ ଥିଲେ ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନ ଙ୍କ ରିପୋର୍ଟ ୨୦/୭/୨୦୨୧----୧୦,୪୦
Sakhigopal News 20/7/2021