ଲଘୁଚାପ ଜନିତ ବର୍ଷା ଏବେ ଚାଷୀ ମାନଙ୍କର ସାହା ଭରଷା
=
ସାକ୍ଷୀଗୋପାଳ---- ସତ୍ୟବାଦୀରେ ଅନେକ ଦିନ ହେବ ବର୍ଷା ନ ହେବାରୁ ଚାଷୀ କୁଳ ଚିନ୍ତାରେ ପଡିଯାଇଥିଲେ । ବିଲ ଓ ତଳି କିଆରି ପାଣି ଅଭାବରୁ ମାଟି ଫାଟିକି ଆଁ କରିଥିଲା । ଅନ୍ୟ ପକ୍ଷେ କେନାଲ ଥିଲେ ମଧ୍ୟ କେନାଲ ଗୁଡିକ ଜଙ୍ଗଲରେ ପରିପୂର୍ଣ୍ଣ ହୋଇ ପଡିରହିଛି । ଚାଷୀ ବର୍ଷାକୁ ଅ୍ରପେକ୍ଷା କରି ଅନେଇ ରହିଥିଲା । ଖରା ସାଙ୍ଗକୁ ଗୁଳୁଗୁଳି ହେଉଥିଲା । ମଙ୍ଗଳବାର ଅପରାହ୍ନରେ ହଠାତ ଲଘୁଚାପ ଜନିତ ବର୍ଷା ଆରମ୍ଭ ହୋଇଯାଇଛି । ସତେ ଯେପରି ବାତ୍ୟା ଆସିଲା । ପବନ ସାଙ୍ଗକୁ ଘଡଘଡି ମାରି ବର୍ଷା ଲାଗି ରହିଥିଲା । ଚାଷୀ ମାନେ ବର୍ଷା ଦେଖି ମନଖୁସି କରିଛନ୍ତି । ବର୍ଷା ଲାଗି ରହିଲେ ବିଲ ବାରିରେ କିଛିଟା ମାତ୍ରାରେ ପାଣି ହୋଇ ପାରିବ । ଖାଲ ଓ ମଧ୍ୟମ ଧରଣର ବିଲ ଗୁଡିକରେ ଧାନ ରୁଆ ହୋଇ ପାରିବ ବୋଲି ଚାଷୀ ମାନେ କହନ୍ତି । ମାତ୍ର ଡିପ ଜମି ପାଇଁ ଏ ବର୍ଷା କାମ କରିବ ନାହିଁ ବୋଲି ଚାଷୀ ମାନେ କହନ୍ତି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୦/୪/୨୦୨୧---୭,=୩୦
Sakhigopal News, 20/7/2021